କଳାହାଣ୍ଡି, (୨୩/୦୪) : ଆପ୍ର. : ବିଦ୍ୟୁତ ଆଘାତରେ ଚାଲିଗଲା ମାଆ, ପୁଅଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ମଦନପୁର ଥାନା ତୁର୍ସି ଗାଁରେ ଏପରି ଅଘଟଣ ଘଟିଛି ।
ଘର ଅଗଣାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଉଭୟଙ୍କ ମୃତ୍ୟୁ ହୋଇଛି । ପ୍ରଥମେ ମାଆକୁ କରେଣ୍ଟ ଲାଗିଥିଲା । ମାଆକୁ ବଞ୍ଚାଇବାକୁ ଯାଇ ପୁଅର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ତୁର୍ଚି ଠାରେ ମଙ୍ଗଳବାର ସକାଳ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ଆଘାତରେ ମା’-ପୁଅଙ୍କ ମୃତ୍ୟୁ ଘଟିଛି । ମଗସିର ସୁନାଙ୍କ ପତ୍ନୀ ସୁନାଫୁଲ ସୁନା ଓଦା କପଡ଼ା ଶୁଖେଇବାକୁ ଯାଇ ବିଦ୍ୟୁତ ସଂଯୋଗରେ ଆସିଥିଲେ । ମା’ଙ୍କୁ ଏଭଳି ଅବସ୍ଥାରେ ଦେଖି ଜୀବନ ବଞ୍ଚାଇବାକୁ ପୁଅ ରବି ସୁନା ମଧ୍ୟ ବିଦ୍ୟୁତ ଆଘାତର ଶିକାର ହେଇଥିଲେ । ଘଟଣାସ୍ଥଳରେ ହିଁ ମା’-ପୁଅଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।