ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୮/୦୮) : ରାୟଗଡା ସହରେର ସୋକର ଛାୟା ସୂଚନା ମୁତାବକ ରାୟଗଡ଼ା ନ୍ୟୁ କଲୋନିରେ ରହୁଥିବା ରୀନାରାଣୀ ସାହୁ ସ୍ଵାମୀ ସ୍ଵର୍ଗତ ଦୀଲିପ ସ୍ଵାଇଁର ଏକମାତ୍ର ସନ୍ତାନ ପୁଅ ଶୁଭମ୍ ଶେଖର ସ୍ବାଇଁ ସନ୍ଧ୍ୟା ସମୟରେ ବିଦ୍ୟାନଗର ଥିବା ପୌରପରିଷଦ ପାର୍କରେ ଖେଳୁଥିବା ସମୟରେ ବିଦୁତ୍ ଆଘାତ ହେବାରୁ ସୁଭମର ମୃତ୍ୟୁ ହୋଇଛି ।
ବିଦ୍ୟୁତ ଆଘାତରେ ଶୁଭମ୍ ନାମକ ନାବାଳକର ମୃତ୍ୟୁ । ମା ରୀତାରାଣୀ ସ୍ଵାଇଁଙ୍କ ଏବଂ ସମ୍ପର୍କୀୟଙ୍କ କହିବା ଅନୁସାରେ ସନ୍ଧ୍ୟା ସମୟରେ ସାଙ୍ଗ ସାଥୀ ମାନଙ୍କ ସହ ପ୍ରତ୍ୟେକ ଦିନ ଖେଳିବାକୁ ଯାଇ ୬ଟା ସୁଦ୍ଧା ଫେରୁଥିଲା । କିନ୍ତୁ, ଆଜି ତଥା ସନିବାର ଦିନ ସନ୍ଧ୍ୟା ୭ ଘଣ୍ଟା ପର୍ଯ୍ୟନ୍ତ ଘରକୁ ଫେରି ନଥିବାରୁ ମା ଏବଂ ପରିବାର ଲୋକେ ଅସ୍ତ ବ୍ୟସ୍ତ ହୋଇଥିଲେ । କେହି ଜଣେ ବାଳକ ସୂଚନା ଦେଲା ସୁଭମ ପାର୍କ ରେ ପଡ଼ିଛି । ସୂଚନା ପାଇ ପରିବାର ଲୋକେ ଦୈ।ଡିଯାଇ ବିଦ୍ୟା ନଗର ସ୍ଥିତ ମୁନିସିପାଲଟି ପାର୍କ ରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ଦେଖିଲେ କିଛି ମହିଳା ଏବଂ ପୁରୁଷ ମାନେ ରୁଣ୍ଡ ହୋଇ ସୁଭମର ସେବାରେ ଲାଗିଛନ୍ତି । ସୁଭମର ଚେତା ନ ଥିବା ଦେଖି ଆମ୍ବୁଲାନ୍ସ କୁ ବାରମ୍ବାର ସୂଚନା ଦେବା ପରେ ମଧ୍ୟ ପହଞ୍ଚି ନଥିବାରୁ ସୁଭମର ମାମୁଁ ସେଠାରେ ଥିବା ଲୋକଙ୍କ ସହଯୋଗରେ ନିଜ ମଟର ସାଇକେଲରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।
କିନ୍ତୁ, ହସ୍ପିଟାଲରେ ଡଃ. ଦୀବେନ୍ଦୁ ଦେଓ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ସୁଭମକୁ ଏଗାର ବର୍ଷ ହେବ। ସେ ରାୟଗଡା ରିଙ୍ଗ ରୋଡ ସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ । ତାଙ୍କର ବାପା ସ୍ଵର୍ଗତ ଦୀଲିପ ସ୍ଵାଇଁ ଗତ ୬ ବର୍ଷ ପୂର୍ବେ ରାୟଗଡ଼ା ଓଭର ବ୍ରୀଜ ଉପରେ ଟ୍ରକ୍ ଧକ୍କାରେ ମୃତ୍ୟୁବରଣ କରିଥିଲେ। । ତାଙ୍କର ମୃତ୍ୟୁରେ ପରିବାର ଲୋକଙ୍କ ସହ ଭାରତୀୟ ମଜଦୂର ସଂଘର କାର୍ଯ୍ୟକର୍ତ୍ତା , ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି । ବର୍ତମାନ ଯେଉଁ ଦୁର୍ଘଟଣା ଘଟିଛି ତାହା ସମ୍ପୂର୍ଣ୍ଣ ରୂପେ ରାୟଗଡ଼ା ପୈାରପରିଷଦ, ଜିଲ୍ଲା ପ୍ରସାଶନ ଏବଂ ବିଦ୍ୟୁତ୍ ବିଭାଗର ଟାଟା ପାୱାର ପ୍ରୋଜେକ୍ଟର ଖାମଖିଆଲି ନୀତି ଏବଂ ଦାୟିତ୍ଵ ଅବହେଳନା ଓ, ମନମୁଖୀ ସହ ସଚେତନତା ଅଭାବ ଯୋଗୁଁ ଏହିଭଳୀଆ ନିରୀହ ଶିଶୁର ଯିବନି ଗଲା ।
ତେଣୁ ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ, ରାୟଗଡ଼ା ପୈାର ପ୍ରଶାସନ ଏବଂ ଟାଟା ପାୱାର ପ୍ରୋଜେକ୍ଟର କମ୍ପାନୀ ଯତ୍ନ ବାନ ହୋଇ ରହିବାର ଆବଶ୍ୟକତା ରହିଛି । ମୋତେ ନ୍ୟାୟ ଦରକାର ଏବଂ ମୋର ପୁଅ ସୁଭମର ମୃତ୍ୟୁ ପାଇଁ ଏହି ତିନି ବିଭାଗର ଅଧିକାରୀମାନେ ଦାୟି ରହିବା ସହ ମୋତେ ନ୍ୟାୟ ଦିଆଯାଉ ଏବଂ ଏହା ପାଇଁ ମୋତେ ୫୦ ହଜାରେ ଟଙ୍କା ସହାୟତା ପ୍ରଦାନ କରାଯାଉ ଦାୟିତ୍ଵରେ ଥିବା ସମସ୍ତ ଅଧିକାରୀଙ୍କୁ ଗିରଫ କରାଯାଉ ଦଣ୍ଡ ଦିଆଯାଉ ବୋଲି ମା ରୀତାରାଣୀ ସ୍ଵାଇଁ ଏବଂ ପରିବାରର ବର୍ଗ ଦାବି କରିଛନ୍ତି ।