32.9 C
Balāngīr
Tuesday, July 15, 2025

ବିଦ୍ୟୁତ କଲୋନୀ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୩/୦୨) : ଗତ ୪ ଦିନର ବାର୍ଷିକ କ୍ରୀଡା ର ସମାପ୍ତି ପରେ ଆଜି ୨୨/୨/୨୦୨୫ ସକାଳ ୧୦ ଘଂଟିକା ସମୟରେ ବିଦ୍ୟାଳୟ ର ପ୍ରାଙ୍ଗଣରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି ।WhatsApp Image 2025 02 23 at 06.24.38 ବିଦ୍ୟୁତ କଲୋନୀ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ

ବିଦ୍ୟୁତ କଲୋନୀ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ । ଏହି ଉତ୍ସବ କୁ ମୁଖ୍ୟ ଅତିଥି ରୂପେ ରାୟଗଡ଼ ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ୱାଙ୍ଗ ରାହି ଶବର ସମ୍ମାନୀୟ ଅତିଥି ଭାବେ ସଦର ୨ ର ସି ଆର ସି ସି ଶ୍ରୀ ପୁରନ୍ଦର ପାଣି ଓ ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ର ଚେରମେନ ଶ୍ରୀ ନରସିଂହ ବିଡ଼ିକା ଯୋଗ ଦେଇଥିଲେ ଏବଂ ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ସ୍ବା ଲ ସିଂ ସଭାପତିତ୍ୱ କରିଥିଲେ । ସଭାର ପ୍ରଥମରେ ସମସ୍ତ ଅତିଥିଙ୍କୁ ପୁଷ୍ପମାଳ ଦେଇ ସ୍ୱାଗତ କରାଯାଇ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇ ମହାପ୍ରଭୁଶ୍ରୀ ଜଗନ୍ନାଥ ଙ୍କୁ ପ୍ରାଥନା କରାଇଥିଲା ।ବାର୍ଷିକ ବିବରଣୀ ପ୍ରଧାନ ଶିକ୍ଷକ ଙ୍କ ଦ୍ୱାରା ପଠନ କରାଯାଇଥିଲା । କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣିଥାଏ ବୋଲି ସମସ୍ତ ଅତିଥି ମାନଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ବାର୍ଷିକ କ୍ରୀଡା ରେ ବିଭିନ୍ହ ପ୍ରତିଯୋଗିତା ରେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ସଦର ୨ ର ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏହି ଉତ୍ସବ କୁ ନିମନ୍ତ୍ରିତ ହୋଇଥିବା ଯୋଗୁ ବହୁତ ଖୁସି ପ୍ରକଟ କରିଥିଲେ । ଶ୍ରୀ ଉତ୍ତମ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ ଏବଂ ଶ୍ରିମତୀ ପୁଷ୍ପଲତା ସେଠି ଵିନ୍ଦୁଲତା ପଣ୍ଡା ସୁନିତା ସାହୁ ରୁନତି ସାହୁ ପ୍ରଫୁଲ୍ଲ ସାହୁ ସରୋଜିନୀ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ ଏବଂ ଶେଷରେ ପ୍ରଧାନ ଶିକ୍ଷକ ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...