32.9 C
Balāngīr
Friday, June 13, 2025

ବିଦ୍ୟୁତ ତାର ସଂସ୍ପର୍ଶରେ ଆସିି ଚାଲିଗଲା ମାଆ ଓ ପୁଅର ଜୀବନ, ଶାଶୁ ଗୁରୁତର

Must read

କେନ୍ଦୁଝର, (୧୪/୦୫) : ଆପ୍ର. : ବିଦ୍ୟୁତ ତାର ସଂସ୍ପର୍ଶରେ ଆସିି ଚାଲିଗଲା ମାଆ ଓ ପୁଅର ଜୀବନ। ମାଆ ଲୁଗା ଶୁଖାଉଥିବା ବେଳେ ଅଘଟଣ । ବୋହୂ ଓ ନାତିକୁ ବଞ୍ଚାଇବାକୁ ଯାଇ ଶାଶୁ ଗୁରୁତର ।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସାହାରପୁର ଗାଁର ଅଭାବନୀୟ ଘଟଣା। ମୃତକ ହେଲେ ଗାଁ’ର ସୌମ୍ୟରଞ୍ଜନ ବେହେରାଙ୍କ ସ୍ତ୍ରୀ କଳ୍ପନା ମହାକୁଡ଼ ଏବଂ ୨ବର୍ଷର ପୁଅ ଶୁଭ୍ରଜିତ ବେହେରା । ସୂଚନା ଅନୁଯାୟୀ, କଳ୍ପନା ନିଜ ଘର ଅଗଣାରେ ଲୁଗା ଶୁଖାଉଥିବା ବେଳେ ପାଖରେ ଯାଇଥିବା ଇଲେକ୍ଟ୍ରି ତାରରେ ଲାଗିଯାଇଥିଲା । କରେଣ୍ଟ ଲାଗି କଳ୍ପନା ଚିତ୍କାର କରବାରୁ ପାଖରେ ଥିବା ୨ବର୍ଷର ଶିଶୁପୁତ୍ର ମାଆକୁ ଛୁଇଁଥିଲା । କରେଣ୍ଟ ଲାଗି ଉଭୟଙ୍କ ମୃତ୍ୟୁ ଘଟିଛି । ବୋହୂ ଓ ନାତିକୁ ବଞ୍ଚାଇବାକୁ ଯାଇ ସୌମ୍ୟଙ୍କ ମାଆ ଶାନ୍ତିଲତା ବେହେରା ଗୁରୁତର ହୋଇଥିଲେ । ତାଙ୍କୁ ଧରଣୀଧର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...