32.9 C
Balāngīr
Sunday, July 20, 2025

ବିଦ୍ୟୁତ ସଜାଡୁଥିବା ବେଳେ ଅଘଟଣ : ଖୁଣ୍ଟରୁ ପଡି ବିଦ୍ୟୁତ କର୍ମଚାରୀ ମୃତ୍ୟୁ

Must read

ବ୍ରହ୍ମପୁର, (୦୫/୦୭) : ଆପ୍ର. : ବିଦ୍ୟୁତ ତାର ସଜାଡୁ ଥିବା ବେଳେ, ଖୁଣ୍ଟରୁ ପଡି ଜଣେ ବିଦ୍ୟୁତ କର୍ମଚାରୀ ଗୁରୁତର ହୋଇ ପଡ଼ିଥିଲେ ଏବଂ ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଖଣ୍ଡିଦେଉଳି ସ୍ଥିତ ହସ୍ପିଟାଲକୁ ନିଆଯାଇଥିଲା, ଦୁର୍ଭାଗ୍ୟ ବଶତଃ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମୃତକ ବିଦ୍ୟୁତ କର୍ମଚାରୀ ହେଲେ ପି. ରାମଚନ୍ଦ୍ର ଦୋରା ବୋଲି ଜଣାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଲଙ୍ଗ ପଞ୍ଚାୟତର ନିମୁଶୁଳା ଗ୍ରାମରେ । ଗଞ୍ଜାମ ବିଦ୍ୟୁତ ବିଭାଗର ଖଣ୍ଡିଦେଉଳି ସେକ୍ସନର କାର୍ଯ୍ୟରତ ପି. ରାମଚନ୍ଦ୍ର ଦୋରା ଆଜି ସନ୍ଧ୍ୟାରେ ନିମୁଶୂଳା ଗ୍ରାମରେ ଜୈନିକ ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ ଲାଇନ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ସେଠାରେ ପହଞ୍ଚି ବିଦ୍ୟୁତ ଖମ୍ବରେ ଚଢି ବିଦ୍ୟୁତ ତାର କାର୍ଯ୍ୟ ସଜାଡୁଥିଲେ ।

ଏତିକିବେଳେ ସେ ତଳେ ପଡିଯାଇ ଗୁରୁତର ହୋଇପଡ଼ିଥିଲେ । ଚିକିତ୍ସା ପାଇଁ ଖଣ୍ଡିଦେଉଳି ମେଡିକାଲରେ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । କୁହାଯାଏ ଯେ’ ସେ ପୂର୍ବରୁ ମଧ୍ୟ ବିଦ୍ୟୁତ ଖୁଣ୍ଟରେ ଚଢି ଗୁରୁତର ଆହତ ହୋଇଥିଲେ ମଧ୍ୟ ସେ ବଞ୍ଚିଯାଇଥିଲେ । କିନ୍ତୁ ଏଥରକ ସେ ମୃତ୍ୟୁ ବରଣ କରିଛନ୍ତି । ବିଦ୍ୟୁତ୍ କର୍ମଚାରୀ ଭାବେ ସେ ଜଣେ ମେଳାପୀ, ପରୋପକାରୀ, ସମାଜସେବୀ ହିସାବରେ ଉକ୍ତ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ତାଙ୍କର ମୃତ୍ୟୁରେ ସେହି ଗାଆଁରେ ଶୋକର ଛାୟା ଖେଳିଯାଇଛି ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...