32.9 C
Balāngīr
Sunday, July 20, 2025

ବିଧାୟିକା ଶ୍ରୀମତୀ ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ମହିଳା ଓ ଶିଶୁ ବିକାଶ ହାଉସ କମିଟିର ଢେଙ୍କାନାଳ ଗସ୍ତ

Must read

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୩/୧୧) : ଆଜି ପୂର୍ବାହ୍ନରେ ମାନ୍ୟବର ବିଧାୟିକା ଶ୍ରୀମତୀ ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ମହିଳା ଓ ଶିଶୁ ବିକାଶ ହାଉସ କମିଟି ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିଛନ୍ତି ।WhatsApp Image 2021 11 24 at 11.01.58 AM ବିଧାୟିକା ଶ୍ରୀମତୀ ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ମହିଳା ଓ ଶିଶୁ ବିକାଶ ହାଉସ କମିଟିର ଢେଙ୍କାନାଳ ଗସ୍ତ

ବିଧାୟିକା ଶ୍ରୀମତୀ ଉଷା ଦେବୀଙ୍କ ଅଧ୍ୟକ୍ଷତାରେ କମିଟି ସଦସ୍ୟା ମାନ୍ୟବର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ଶ୍ରୀମତୀ ସୁନନ୍ଦା ଦାସ, ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ, ଶ୍ରୀମତୀ କୁସୁମ ଟେଟେ ପରିଦର୍ଶନରେ ଆସି ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ମିଶନ ଶକ୍ତି ଯୋଜନା ଅଧୀନରେ ଜିଲ୍ଲାରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ର ସମୀକ୍ଷା କରିଛନ୍ତି ।

ଦୂର ଦୁରାନ୍ତ ଗ୍ରାମ ଗୁଡିକରେ ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ର ସଫଳ ରୂପାୟନ ନିମନ୍ତେ ଗ୍ରାମବାସୀ ମାନଙ୍କୁ ଅବଗତ ଓ ସଚେତନ କରିବା ଦିଗରେ ବିଶେଷ ଯତ୍ନବାନ ହେବାକୁ କମିଟି ପରାମର୍ଶ ହେଇଛନ୍ତି । ଜିଲ୍ଲା କାର୍ଯ୍ୟ।ଳୟସ୍ଥ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଅନୁରାଧା ଗୋସ୍ୱାମୀ ଅବହେଳିତ ଶିଶୁମାନଙ୍କ ଉଦ୍ଧାର, ସୁରକ୍ଷା, ପୋଷଣ, ସେମାନଙ୍କର ଅଧିକାର ପ୍ରଦାନ, ବାଲ୍ୟ ବିବାହ ରୋକିବା ସହିତ ଶିଶୁମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ କମିଟିକୁ ଅବଗତ କରାଇଥିଲେ ।

ସେହିପରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ରାୟ ଶିଶୁମାନଙ୍କ ପୁଷ୍ଟି ସାଧନ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଯୋଜନାର ରୂପାୟନ ସମ୍ପର୍କରେ ଜଣାଇଥିଲେ । ମିଶନ ଶକ୍ତି ଅଧୀନରେ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜିଲ୍ଲାରେ କିଭଳି ଛତୁ ଚାଷ, ମାଛ ଚାଷ, କୁକୁଡା ଚାଷ, ଛେଳି ଚାଷ, ପନିପରିବା ଚାଷ, ମୋ ବଗିଚା, ସୁଲଭ ଖାଉଟି ସାମଗ୍ରୀ ର ପରିଚାଳନା କରି ଜିଲ୍ଲାର ବିକାଶରେ ଭାଗିଦାରୀ ହୋଇପାରିଛନ୍ତି ସେ ସମ୍ପର୍କରେ ଦୃଶ୍ୟ ଶ୍ରାବ ଯନ୍ତ୍ର ମାଧ୍ୟମରେ ବୁଝାଇଥିଲେ ।

ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଜନସାଧାରଣ ଙ୍କୁ ଅବଗତ କରାଇ ସଚେତନ କରି ଯୋଜନାର ସୁଫଳ ପାଇବା ନିମନ୍ତେ ପ୍ରତି ମାସରେ ପ୍ରଥମ ସପ୍ତାହରେ ପଞ୍ଚାୟତ ସ୍ତରରେ ମୋ ପଞ୍ଚାୟତ, ଦ୍ଵିତୀୟ ସପ୍ତାହରେ ବ୍ଲକ ସ୍ତରରେ ମୋ ବ୍ଲକ ଏବଂ ତୃତୀୟ ଜିଲ୍ଲା ସ୍ତରରେ ମୋ ଜିଲ୍ଲା ବୈଠକ ଆୟୋଜନ କରାଯାଇ ଲୋକମାନଙ୍କ ସମସ୍ୟା କୁ ଯଥାଶୀଘ୍ର ସମାଧାନ କରିବାକୁ ପ୍ରୟାସ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ କମିଟିକୁ ଅବଗତ କରାଇଥିଲେ ।

ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ଲୋଗାନୟାଗୀ ଦିବ୍ୟା ଭି , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...