32.9 C
Balāngīr
Saturday, July 12, 2025

ବିନା ଅନୁମତିରେ ଜାତୀୟ ରାଜପଥ ଖୋଳି ଛାରଖାର କଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ

Must read

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୫/୫) : ବୋରିଗୁମ୍ମା ସହର ଦେଇ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥକୁ ବିନା ଅନୁମତି ରେ ମନଇଛା ଖୋଳି ନଷ୍ଟ କରିଛି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗWhatsApp Image 2024 05 25 at 16.50.18 ବିନା ଅନୁମତିରେ ଜାତୀୟ ରାଜପଥ ଖୋଳି ଛାରଖାର କଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ

ଜାତୀୟ ରାଜପଥ ବିଭାଗର ବୋରିଗୁମ୍ମା ସହାୟକ ନିର୍ବାହୀ ଯନ୍ତ୍ରୀଙ୍କ ପତ୍ର ସଂଖ୍ୟା ୫୬,ତା.୩ .୫ .୨୦୨୪ ଅନୁସାରେ ରାସ୍ତାର ch.୩୯,୮୦୦ ରୁ ୪୧.୦୦୦ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ଦେଢ଼ ମିଟର ଓସାରର କଂକ୍ରିଟ୍ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି । ରାସ୍ତା ଖୋଳିବା ପୂର୍ବରୁ ଜାତୀୟ ରାଜପଥ ବିଭାଗର ଅନୁମତି ନେବା ଉଚିତ ମନେ କରି ନାହାନ୍ତି R.W.S & S ବିଭାଗ । ଜାତୀୟ ରାଜପଥ ରାସ୍ତା ଓ ପରିବହନ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁସାରେ ଯଥା ଶୀଘ୍ର ଭଙ୍ଗା ଯାଇଥିବା କଂକ୍ରିଟ୍ ରାସ୍ତା ପୁନର୍ନିମାଣ କରିବାକୁ ବାରମ୍ଵାର ଅନୁରୋଧ କରି ଚିଠି ଲେଖିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ ।

ଗ୍ରାମ୍ୟ ଜଳ ଯୋଗାଣ ତଥା ପରିମଳ ବିଭାଗର ସହାୟକ ଯନ୍ତ୍ରୀ ତଥା ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ସଂପୃକ୍ତ ଠିକା ସଂସ୍ଥାକୁ କୌଣସି ନିର୍ଦ୍ଦେଶ ଦିଆଯାଉ ନାହିଁ । ଖୋଳା ଯାଇଥିବା ବଡ଼ ବଡ଼ କଂକ୍ରିଟ୍ ଖଣ୍ଡ ସେମିତି ଖୋଳା ଯାଇଥିବା ସ୍ଥାନରେ ପୁନର୍ବାର ପକାଇ ଦିଆ ଯାଇଛି ।

ତେବେ ବିନା ଅନୁମତିରେ ବହୁ ମୂଲ୍ୟ ଜାତୀୟ ରାଜପଥ ଖୋଲିବାକୁ ସଂପୃକ୍ତ ଠିକା କମ୍ପାନୀ ସାହସ କରିବା ପଛରେ କୌଣସି ରାଜନୀତିକ ନେତାଙ୍କର ଛତ୍ର ଛାୟା କାମ କରୁଥିବା ବିଷୟ ବୁଦ୍ଧିଜୀବି ମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଅନୁମତି ନ ନେଇ ଆଇନ୍ ଉଲ୍ଲଙ୍ଘନ କରିଥିବା ଠିକା ସଂସ୍ଥା ପ୍ରତି କାର୍ଯ୍ୟାନୁଷ୍ଠାନ ନ ନେଇ ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି । ଖୋଳା ଯାଇଥିବା ରାସ୍ତା କଡ଼ର ଦେଢ଼ ମିଟର ଓସାର ବିଶିଷ୍ଟ ରାସ୍ତାରେ ବଡ଼ ବଡ଼ କଂକ୍ରିଟ୍ ଖଣ୍ଡ ସବୁ ଥିବାରୁ ଜାତାୟାତରେ ବାଧା ସୃଷ୍ଟି ହେଉଛି ।

ରାସ୍ତା କଡ଼ ଦୋକାନ ଗୁଡ଼ିକରେ ସଉଦା କିଣିବା ବେଳେ ବାଇକ୍, କାର୍ ପ୍ରଭୃତି ପାର୍କିଂ ହୋଇ ନ ପାରି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ଆଶଙ୍କା ବୃଦ୍ଧି ପାଉଛି । ଏ ନେଇ ଜାତୀୟ ରାଜପଥ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗା ଯୋଗ କରିବାରୁ ସେ ତାଙ୍କ ପତ୍ର ସଂଖ୍ୟା ୫୬, ତା.୩.୫.୨୪ ଓ ପତ୍ର ସଂଖ୍ୟା ୮୪,ତା.୧୭. ୫.୨୪ ଦ୍ୱାରା R. W.S. &S ବିଭାଗକୁ ଅବଗତ କରି ସାରିଥିବା ପ୍ରକାଶ କରିଛନ୍ତି । ପ୍ରଶାସନ ଅତି ଶୀଘ୍ର ହସ୍ତକ୍ଷେପ ଓ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...