32.9 C
Balāngīr
Sunday, July 20, 2025

ବିନା ଦେୟରେ ପଚାଶ ହଜାର ଫଳ ବୃକ୍ଷ ଚାରା ବଣ୍ଟନ କାର୍ଯ୍ଯକ୍ରମର ଶୁଭାରମ୍ଭ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୯/୦୮) : ଜନମୁକ୍ତି ଅନୁଷ୍ଠାନ କାର୍ଯ୍ୟାଳୟ ଭୋଇପଡ଼ା ପରିସରରେ ବାସୁଦେବ ପଣ୍ଡା ଫାଉଣ୍ଡେସନ, ସଷ୍ଟେନେବଲ୍ ଇନିସିଏଟିଭ୍ ଓ ଜନମୁକ୍ତି ଅନୁଷ୍ଠାନ ସହାୟତାରେ ପରିଚାଲିତ ମେଗା ଫଳ ଚାରା ବଣ୍ଟନ ଅଭିଯାନକୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ମୁରିବାହାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପୂର୍ଣ୍ଣ।ନନ୍ଦ ପଟେଲ ଶୁଭାରମ୍ଭ କରିଛନ୍ତି ।WhatsApp Image 2024 08 09 at 17.50.28 ବିନା ଦେୟରେ ପଚାଶ ହଜାର ଫଳ ବୃକ୍ଷ ଚାରା ବଣ୍ଟନ କାର୍ଯ୍ଯକ୍ରମର ଶୁଭାରମ୍ଭ

ବିନା ଦେୟରେ ପଚାଶ ହଜାର ଫଳ ବୃକ୍ଷ ଚାରା ବଣ୍ଟନ କାର୍ଯ୍ଯକ୍ରମର ଶୁଭାରମ୍ଭ । ଏ ପି ଓ, ମୁରିବାହାଲ ବସନ୍ତ ବଳିୟାର ସିଂହ ଏବଂ ଏ ଏଚ୍ ଓ ମୁରିବାହାଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ବେଳେ ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଞ୍ଜୀବ କୁମାର ବାରିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁରିବାହାଲ ବ୍ଲକ୍ ର ବିଭିନ୍ନ ଗ୍ରାମରୁ ଉତ୍ପାଦକ ଗୋଷ୍ଠୀର ସଦସ୍ୟା ଶ୍ରମିକ ସଂଗଠନ ଓ ଗ୍ରାମ୍ୟ ଉନ୍ନୟନ କମିଟିର ସଭ୍ୟ/ସଭ୍ୟା ଛୋଟ ଓ ନାମ ମାତ୍ର ଚାଷୀ ୧୧୦ ଜଣ ଉପସ୍ଥିତରହି ଅତିଥିଙ୍କ ଦ୍ଵାରା ଚାରା ଗଛ ଗ୍ରହଣ କରିଥଲେ । ଫଳ ଚାରା ରୋପଣ ଦ୍ବାରା ଚିର ମରୁଡି ଗ୍ରସ୍ତ ଶୁଷ୍କାଞ୍ଚଳରେ ଜଳ- ବାୟୁ ପରିବର୍ତ୍ତନ ର ପ୍ରଭାବ କୁ ରୋକିବା ସହିତ ରୋଜଗାର ଭିତ୍ତିରେ ଗରୀବ ପରିବାର ମାନଙ୍କର ଜୀବନ ଜୀବିକା ବିକାଶରେ ମଧ୍ୟ ସହାୟତା ହୋଇ ପାରିବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥଲେ ।

ସେହି ଉଦ୍ଦେଶ୍ୟରେ ବିଗତ ବର୍ଷ ଭଳି ଏହି ବର୍ଷ ମଧ୍ୟ ଆମ୍ବ, ପଣସ, ପିଜୁଳି, ଡାଳିମ୍ବ ଓ ଆତ ବୃକ୍ଷ ଚାରା ପଚାଶ ହଜାର ସଂଖ୍ୟାରେ ମୁରିବାହାଲ, ତୁରେକେଲା ଓ ବେଲପଡ଼ା ବ୍ଲକ ଅଞ୍ଚଳ ପାଇଁ ବଣ୍ଟନ ଅଭିଯାନକୁ ଆଜିର ଦିବସରେ ଶୁଭାରମ୍ଭ କରାଯାଇଛି l ଏହି ଫଳ ଚାରା ବିନା ମୂଲ୍ୟରେ ଚାଷୀଙ୍କୁ ସହଯୋଗ କରା ଯାଉଛି l ଆଗକୁ ମଧ୍ୟ ଯେତେ ଚାରା ବଣ୍ଟନ କରାଯିବ ତାହା ମଧ୍ୟ ଦେୟ ମୁକ୍ତ ରହିବ । ଏହି ଅବସରରେ ଅଧିକ ଉତ୍ପାଦନକ୍ଷମ ଦେଶୀ କଲମୀ ପନିପରିବା ଚାରା, ଘାସ ବଛା ଯନ୍ତ୍ର ସହିତ ଦେଶୀ ବିହନ ଛୋଟ ଓ ନାମ ମାତ୍ର ଚାଷୀ ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରାଯାଇ ଥିଲା ।

ଏହି ଅଭିଯାନ କୁ ସଫଳ କରିବାକୁ ଜନମୁକ୍ତି ଅନୁଷ୍ଠାନ ର କର୍ମୀ ଓ କର୍ମକର୍ତ୍ତା ଶ୍ରୀମତି ଟେଭା ସଗ୍ରିଆ, ଶ୍ରୀମତୀ ସୁବର୍ଣ୍ଣ ବାଗ, ପ୍ରଶାନ୍ତ ବାରିକ, ଲଳିତ ରଣା, ପ୍ରକାଶ କୁମାର ବନ୍ଦିଛୋର, ଲକ୍ଷ୍ମୀଧର ବାଗ, ବିକାଶ ଥପା, ଧର୍ମ ସାହୁ, ଆଶିଷ ସା, ଗଙ୍ଗା ହରପାଲ୍, ସୁଶିଲ କୁମାର ସାହୁ, ନବୀନ ସାହୁ, ଅଶୋକ ନେଓରା, ହରିଶ ଚନ୍ଦ୍ର ବଗର୍ତ୍ତୀ, ରଞ୍ଜିତା ହରପାଲ, ଜୁଗେଶ୍ୱର୍ ବାଗ, ଜାନକୀ ଭୋଇ, ସଙ୍ଗୀତା ଗଡୁଆ, ଭାଗ୍ୟଧର ଚିନ୍ଦା ଓ ହୃଷୀକେଶ ଭୁଏ ପ୍ରମୁଖ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...