32.9 C
Balāngīr
Wednesday, April 23, 2025

ବିନିକାରେ ଗକୁଳାଷ୍ଟମୀ ଯାତ୍ରା ସମ୍ପନ୍ନ କୃର୍ଷ୍ଣ ଓ ବଳରାମଙ୍କ ନଗର ପରିକ୍ରମା ଅନୁଷ୍ଠିତ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୧୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା କଂସାରୀପଡା ବ୍ରଜବିହାରୀ ନୃତ୍ୟ କଳା ପରିଷଦ ପକ୍ଷରୁ ଚାଳିଥିବା ୨୪୧ ତମ ଗୋକୁଳାଷ୍ଟମୀ ଲୀଳା ମହୋତ୍ସବ ଶେଷ ହେବାପରେ ଭଗବାନ କୃର୍ଷ୍ଣ ଓ ବଳରାମ ବିନିକା ଦୁର୍ଗାମନ୍ଦିରରେ ରାତ୍ରୀ ଯାପନ କରିଥିଲେ ।WhatsApp Image 2024 11 28 at 18.29.48 ବିନିକାରେ ଗକୁଳାଷ୍ଟମୀ ଯାତ୍ରା ସମ୍ପନ୍ନ କୃର୍ଷ୍ଣ ଓ ବଳରାମଙ୍କ ନଗର ପରିକ୍ରମା ଅନୁଷ୍ଠିତ

ବିନିକା ପୁରଣା ବସଷ୍ଟାଣ୍ଡ ଦୁର୍ଗା ମନ୍ଦିର ଠାରେ ପୂଜାର୍ଚ୍ଚନା ଆଳତି ସାରି ଏକ ସୁସଜ୍ଜିତ ରଥରେ କୃଷ୍ଣ ବଳରାମ ଘଣ୍ଟ ଶଙ୍ଖ ବାଦ୍ୟ କିର୍ତ୍ତନ୍ୟ ସହ ଏକ ବିରାଟ ଶୋଭାଯାତ୍ରାରେ ଭକ୍ତଙ୍କ ଗହଣରେ ବାହାରି ଭଗବାନ କୃଷ୍ଣ ଓ ବଲରାମ ଙ୍କୁ ପ୍ରତ୍ୟକ ଘର ସମ୍ମୁଖରେ ପୁଜାର୍ଚ୍ଚନା କରି ନଗର ପରିକ୍ରମାରେ ଥିଲେ । ପ୍ରଭୁ କୃଷ୍ଣ ଓ ବଳରାମଙ୍କୁ ଦର୍ଶନ କରିବାପାଇଁ ରାସ୍ତାକଡରେ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଭଗବାନ ସହରର ବିଭନ୍ନ ପଡାମାନଙ୍କୁ ଯାଇଥିଲେ । ସେଠାରେ ମହିଳା ମାନେ ପ୍ରଭୁ କୃଷ୍ଣ ବଳରାମଙ୍କୁ ଦର୍ଶନ କରିବାସହ ପାଦଧୋଇ ପୂଜାର୍ଚ୍ଚନା କରିଛନ୍ତି । ସନ୍ଧ୍ୟାରେ ଭଗବାନ ସ୍ଥାନୀୟ ଦଧିବାମନ ମନ୍ଦିର ସମ୍ମୁଖକୁ ପହଞ୍ଚି ଥିଲେ । ବିନିକା ଦଣ୍ଡସେନା ପଡ଼ାରେ ରାତ୍ରୀ ସମୟରେ କଳାମାଣୀକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଭଗବାନ ମନ୍ଦିରକୁ ପ୍ରବେଶ କରିଥିଲେ ।

କୃଷ୍ଣ – ଶ୍ରୀମନ ସାହୁ, ବଳରାମ- କାହ୍ନା ମହାଣା, ନନ୍ଦରାଜ‌ା ମୁକୁନ୍ଦ ସାହୁ, ଯଶୋଦା ଶଶାଙ୍କ ଦାସ ଙ୍କୁ ସୁସଜ୍ଜିତ କରି ସହର ପରିକ୍ରମା କରିଥିଲେ ପରିକ୍ରମା ସମୟରେ ଗୁରୁ ମନୋଜ ଦାସ ଓ ଶିବ ଶଙ୍କର ଦାସ, ସଭାପତି ସୀତାରାମ ଦାସ, ସମ୍ପାଦକ – ସଂଜୟ କୁମାର ଦାସ, ସଭ୍ୟ- ଇଶ୍ଵର ମାହାଣା, , ସୂର୍ଯ୍ୟନାରାୟଣ ଦାସ, ଜୟନାରାୟଣ ସାହୁ, ଦେବାଂଶୁ ସାହୁ, ରମାକାନ୍ତ ଦାସ, ଅନ୍ଧାରୁ ସାହୁ, ହିମାଂଶୁ ସାହୁ, ନିତ୍ୟ ଗୋବିନ୍ଦ ସାହୁ, ସଂଜୟ ସାହୁ, ମୁକୁନ୍ଦ ସାହୁ, ଚନ୍ଦ୍ରାଂଶୁ ସାହୁ, ଙ୍କ ସମେତ ଗୋକୁଳାଷ୍ଟମୀ ଲୀଳା ମହୋତ୍ସବ ସମସ୍ତ କର୍ମ କର୍ତ୍ତା ଉପସ୍ତିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...