32.9 C
Balāngīr
Friday, June 13, 2025

ବିନିକାରେ ଜିଲ୍ଲାସ୍ତରୀୟ ନମାମି ଗଙ୍ଗା ଓ ସ୍ୱଚ୍ଛ ଭାରତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା,(୭/୧୦) : ବିନିକାର ପୁଣ୍ୟ ପୀଠ ପାପକ୍ଷୟ ଠାରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ବିନିକାରେ  ଜିଲ୍ଲାସ୍ତରୀୟ ନମାମି ଗଙ୍ଗା ସ୍ଵଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି l

ନରେନ୍ଦ୍ର ମୋଦୀଙ୍କ ଙ୍କ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓ ଭାରତର ପ୍ରଧାନମନ୍ତ୍ରୀ ଶାସନ କାଳ ୨୦ ବର୍ଷ ପୂର୍ତ୍ତି ଏବଂ ସେବା ସମର୍ପଣ ଦିବସ ପାଳନ ପରିପ୍ରେକ୍ଷୀରେ ବିଜେପି କର୍ମୀ ମାନଙ୍କ ଦ୍ଵାରା ପ୍ରଥମେ ବିନିକାରେ ଜିଲ୍ଲାସ୍ତରୀୟ ନମାମି ଗଙ୍ଗା ଓ ସ୍ୱଚ୍ଛ ଭାରତ, ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l

ପରେ ମହାନଦୀ ପାଣି କୁ ପୂଜାର୍ଚ୍ଚନା ପୂର୍ବକ ଆରତୀ ଦିଆ ଯିବା ପରେ ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଟିତ ସଭାରେ ରାଜ୍ୟ ନମାମି ଗଂଗେର ସଂଯୋଜକ ମହେଶ ସାହୁ ମୁଖ୍ୟ ଅତିଥି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ପୂଜାରୀ,ବିଜୟ ମହାକୁର,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ,ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ବମ୍ବର ମିଶ୍ର,ବେଣୁଧର ବାଘ,ରୁଦ୍ର କିଶୋର ମହଲା,ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ପଣ୍ଡା, ସଦସ୍ୟା ଗାୟତ୍ରି ପାଣିଗ୍ରାହୀ,ରୋହିଣୀ ଡାଙ୍ଗ, ରାଜିନ୍ଦ୍ର ବିଶି,ଜିଲ୍ଲା ଅନୁସୂଚିତ ମୋର୍ଚ୍ଚା ସଭାପତି ବାବୁଲୁ ବିଶି,ଜିଲ୍ଲା ଉପ ସଭାନେତ୍ରୀ ନଳିନୀ ପଣ୍ଡା,ବିନିକା ନଗର ସଭାପତି କୃଷ୍ଣ ଚନ୍ଦ୍ର ସେଠୀ,ଯୁବ ମୋର୍ଚ୍ଚା ସଭାପତି ଭୁବନେଶ୍ୱର ପାତ୍ର,ପୂର୍ବତନ ଜିଲ୍ଲା ସଭାପତି ସୁରେଶ ମହଲା,ରାଜ କିଶୋର ମେଣ୍ଡଲି,ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ କିଶୋର ହୋତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନମାମି ଗାଙ୍ଗେ କାର୍ଯ୍ୟକ୍ରମର ମହତ୍ ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ରଖିଥିଲେ l

ଜିଲ୍ଲାର ୧୬ ଟି ମଣ୍ଡଳରୁ ପଦାଧିକାରୀ ମାନେ ଯୋଗଦେଇଥିଲେ l ଜିଲ୍ଲା ଉପ ସଭାପତି ଅଶୋକ କୁମାର ପୃଷ୍ଟି ସଭାକୁ ସଂଯୋଜନା କରିଥିବା ବେଳେ ଚରଦେଇ ମଣ୍ଡଳ ସଭାପତି ବିଶ୍ଵଦେବ ବଡ଼ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...