ସୁବର୍ଣ୍ଣପୁର, (୩୦/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ରାହ୍ମଣ ଅlର୍ନ୍ତରାଷ୍ଟ୍ରୀୟ ସଂଗଠନ ବିନିକା ବ୍ଲକ ଆନୁକୂଲ୍ୟରେ ପର୍ଶୁରାମ ଜୟନ୍ତି ପାଳିତ ହୋଇଯାଇଛି l
ଏହି ଅବସରରେ ବିନିକା ଅଞ୍ଚଳର ସମସ୍ତ ଗ୍ରାମର ବ୍ବ୍ରାହ୍ମଣ ମାନେ ବିନିକା ଗଡଭିତର ସ୍ଥିତ ଜଗନ୍ନାଥ ମନ୍ଦିରରେ ଯଥାରୀତି ପୂଜାର୍ଚ୍ଚନା ପରେ ଏକ ମୋଟର ସାଇକେଲ ଶୋଭଯାତ୍ରା ବାହାରି ଦୁର୍ଗା ମନ୍ଦିର ଦେଇ ଭଣ୍ଡାର ଗ୍ରାମର ହନୁମାନ ମନ୍ଦିର ଠାରେ ପହଞ୍ଚିବା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବିନିକା ବ୍ରହ୍ମ ସମାଜ ବ୍ଲକ ସଭାପତି ସନ୍ତୋଷ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏଇ ବୈଠକ ରେ ମୁଖ୍ୟ ଅତିଥି ବ୍ରହ୍ମ ସମାଜ ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଆଦିକନ୍ଦ ବାବୁ,ସମ୍ମାନିତ ଅତିଥି ଭାବେ ପଶ୍ଚିମ ଓଡ଼ିଶା ପ୍ରଭାରୀ ଆର୍ତ୍ତତ୍ରlଣ ପଣ୍ଡା, ସମ୍ପାଦକ ଚାପଧାରି ହୋତା, ସହ ସମ୍ପାଦକ ହୃଷିକେଶ ହୋତା, କୋଷାଧ୍ୟକ୍ଷ ନିରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l
ଏଥିରେ ପ୍ରତ୍ୟେକ ପରିବାର ରୁ ସଂଘ ସହିତ ଯୋଡ଼ି ରହିବା ପାଇଁ ନିଷ୍ପତ୍ତି ନିଆଗଲା l ଏହା ସହ ପହଲଗାମ ଅlତଙ୍ଗବାଦୀ ଆକ୍ରମଣ ରେ ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକ ମାନଙ୍କ ଆତ୍ମl ର ସଦଗତି ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରିଯାଇଥିଲl l ସଭାକୁ ହିମାଂଶୁ ଭୁଷଣ ପଣ୍ଡା ପରିଚାଳନା କରିଥିବା ବେଳେ ନିରଞ୍ଜନ ପଣ୍ଡା ଧନ୍ୟବାଦ ଦେଇଥିଲେ l ଏହି ଅବସରରେ ହନୁମାନ ମନ୍ଦିର ପରିସରରେ ବୃକ୍ଷ ରୋପଣ କରାଯାଇଥିଲା l ପରେ ପରେ ପ୍ରାସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା l