ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୯/୦୩) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି କାର୍ଯ୍ୟଳୟ ପରିସରରେ ବିନିକା ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ମାନସ ରଞ୍ଜନ ଭୋଇଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।
ଏଥିରେ ବିନିକା ଏନଏସି ଉପାଧ୍ୟକ୍ଷା ତପସ୍ପିନୀ ମେହେର ମୂଖ୍ୟ ଅତିଥି, ବିନିକା ତହସିଲଦାର ରଷ୍ନା ଭୋଇ ସ୍ବତନ୍ତ୍ର ଅତିଥି, ବିନିକା କାଲନସିଲର ରେଣୁକା ବରାଇ, କୁନି ଚିରଗୁନ, ବୈଜୟନ୍ତି କଟୁଆଲ,କଳ୍ପନା ଦୀପ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବତ୍ତମାନ ନାରୀ ମାନଙ୍କ ଭୁମିକା ଉଚ୍ଚରେ ରହିଥିବା ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଉପଲକ୍ଷେ ଉପସ୍ତିତ ମହିଳା କାଉନ ସିଲର, ମହିଳା ସାମାଜିକ କର୍ମୀ ଦିପାନ୍ବୀତା ମାହାଣା, ସିର କେଳେତ, ଭଗବତି ମହିଲା ସ୍ବୟ ସହାୟକ ଗୋଷ୍ଟି, ଅନୁସୂୟା ଭୋଇ, ସ୍ନିଗ୍ଧାମୟୀ ପ୍ରଧାନ, ବୀଣାପାଣୀ ହୋତା ପ୍ରମଖଙ୍କୁ ମାନପତ୍ର ଦେଇ ଅତିଥି ଓ ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଭୋଇ , କାଉନସିଲର ବିଜୟ ବରାଇ, କାଉନସିଲର ଗୋପଳ କୃଷ୍ଣ ମହାଲିଙ୍ଗ ପ୍ରମୁଖଙ୍କୁ ସମ୍ମାନିତ କରିଥିଲେ ।
ଶିକ୍ଷକ ହିମାଂଶୁ ଭୁଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ବିନିକା ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଆଲିସା ମୋହେର, ସୋନାଲି ମେହେର ପୁରସ୍କାର ବିତରଣୀ ଉତ୍ସବ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମୁ ସାନିଟେରି ଏସ୍କପାଟ ସାଗରିକା ପତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିନିକା ଏନଏସି ସିଓ ସୁନିତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ା ସେହିପରି ବିନିକା ମହିଳା ସ୍ନାତକ ମହାବିଦ୍ୟାଳୟ ଆନୁକୂଳ୍ୟରେ ଅନ୍ତଜାର୍ତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।
ପରିଚାଳନା ଟ୍ରଷ୍ଟର ଚେଆରମେନ ହିମାଂଶୁ ଶେଖର ତ୍ରୀପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ଟ୍ରଷ୍ଟର ସଂପାଦକ ବିକାଶ ମହାନ୍ତି, ଅଧ୍ୟକ୍ଷା ବିଳାସିନୀ ପଧାନ, ଅଧ୍ୟାପକ ସୁଶାନ୍ତ ଦନ୍ତା, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ସାହୁ, ସୁଶ୍ରୀ ଅର୍ପିତା ପଧାନ ପ୍ରମୁଖ ଅନ୍ତର୍ଜାତୀୟ ମହିଳା ଦିବସର ଅଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ଶେଷବର୍ଷ ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶେଷେର ଛାତ୍ରୀ ମାନଙ୍କ ଦ୍ବରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।