ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୧୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପାତିକାରପଡ଼ାର ବିଦ୍ୟାଧର ନାଏକ (୬୫)ଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାକୁ ବିନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ମେଡ଼ିକାଲରେ ଡାକ୍ତର ତାକୁ ଦେଖି ମୃତ ଘୋଷଣା କରିଥିଲେ । ଘରକୁ ଶବ ନେବାପାଇଁ ଅର୍ଥା ଭାଗ ଥିବାରୁ ବେସରକାରୀ ଗାଡି କରି ପାରି ନଥିଲେ କି ବିନିକା ଡାକ୍ତରଖାନାରେ ଦୀର୍ଘ ବର୍ଷ ହେବ ଦାବି ହେଉଥିଲେ ମଧ୍ୟ ମହାପ୍ରୟାଣ ଗାଡ଼ି ନ ଥିବାରୁ ବାଧ୍ୟହୋଇ ଶବକୁ ବାଇକରେ ବିନିକା ମେଡ଼ିକାଲରୁ ନିଜ ଘର ପାତିକାରପଡ଼ା ପର୍ୟ୍ୟନ୍ତ ବୁହା ହୋଇ ନେଇଥିଲେ । ଏହାକୁ ଦେଖି ଅଞ୍ଚଳର ଜନସାଧାରଣ ବିଭିନ୍ନ ଚର୍ଚ୍ଚା ହେଉଛି ।
ବିନିକା ଡାକ୍ତରଖାନା ରେ ମହାପ୍ରୟାଣ ଗାଡି ନ ଥିବାରୁ ଅନେକେ ଏହିପରି ସାଇକେଲ, ବାଇକ ଓ ଖନ୍ଦ ରେ ବୋହି ନେଇଥିବା ନଜିର ରହିଛି । ସୁଚନା ଯୋଗ୍ୟ ସୋନପୁର ପୁର୍ବତନ ସିଡିଏମଓ ବିନିକା ଡାକ୍ତରଖାନାକୁ ମହାପ୍ରୟାଣ ଗାଡି ଦିଆଯିବା କୁ ପ୍ରତିଶୃତି ଦେଇ ଥିଲେ କିନ୍ତୁ ତାଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଛି । ଏଣୁ ପ୍ରଶାସନ ତୁରନ୍ତ ଵିନିକା କୁ ମହାପ୍ରୟାଣ ଗାଡ଼ି ଯୋଗାଇ ଦେବା କୁ ଜନସାଧାରଣ ରେ ଦାଵି ହେଉଛି ।