ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୦୮) : ସୁବର୍ଣ୍ଣପୁର ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ବିନିକା ଥାନା ଜିଲ୍ଳାର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଛି ।
ଜିଲ୍ଳାପାଳ ଅନ୍ୟା ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ବିନିକା ଥାନା ଅଧିକାରୀ ସାରଙ୍ଗ ଧର ପାଣିଗ୍ରାହୀଙ୍କୁ ପୁରସ୍କୃତ କରିଛନ୍ତି । ଏଥିରେ ସୁବର୍ଣ୍ଣପୁର ଏସ ପି ୟସ୍ ପ୍ରତାପ ଶ୍ରୀମଲ ଯୋଗଦେଇ ଥାନା ଅଧିକାରୀ ଶ୍ରୀ ପାଣଗ୍ରାହୀଙ୍କ ସମେତ ସମସ୍ତ ଷ୍ଟାଫଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ସମ୍ମାନ ପାଇବାରେ ବିନିକାବାସୀଙ୍କ ସହୋଯୋଗ ରହିଥିବା ଥାନା ଅଧିକାରୀ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।