32.9 C
Balāngīr
Sunday, April 20, 2025

ବିନିକା ପୋଷ୍ଟ ଅଫିସରେ ୬ଟି ତାଲା କାଟି ଭିତରକୁ ପଶିଲେ ଦୃର୍ବୁତ୍ତ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...
sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଧୃବରାଜ ମିଶ୍ର //
ସୁବର୍ଣ୍ଣପୁର , (୨୫/୦୨): ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସମ୍ମୁଖରେ ଥିବା ସବ ପୋଷ୍ଟ ଅଫିସର ୬ଟି ତାଲା କାଟି ଦୃର୍ବୁତ୍ତ ମାନେ ଭିତରକୁ ପ୍ରବେଶ କରି ଚୋରୀ ଉଦ୍ୟମ କରିଥିଲେ। ଏନେଇ ବିନିକା ଥାନା ରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।5772ea9d bd36 4014 900c 2ef454024f63 ବିନିକା ପୋଷ୍ଟ ଅଫିସରେ ୬ଟି ତାଲା କାଟି ଭିତରକୁ ପଶିଲେ ଦୃର୍ବୁତ୍ତ

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୁତ୍ତ ପୋଷ୍ଟ ଅଫିସ କୁ ପଶି କିଛି ଚୋରୀ କରିବାକୁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇପାରିନାହିଁ । ଆଜି ସକାଳୁ ପୋଷ୍ଟ ଅଫିସ ରେ କାର୍ଯ୍ୟରତ ସୁଇପର ଗେଟ ଖୋଳି ଭିତରକୁ ପ୍ରବେଶ କରିବା ପରେ ଅଫିସ ର ତାଲା କଟାଯାଇଥିବା ଦେଖିବାକୁ ପାଇଥିଲେ । ପରେ ସେ ପୋଷ୍ଟ ମାଷ୍ଟର ସହ ଅନ୍ୟାନ୍ୟ କର୍ମଚାରୀ ଙ୍କୁ ଖବର ଦେଇଥିଲେ । ପୋଷ୍ଟ ଅଫିସ କର୍ମଚାରୀ ଆସି ବିନିକା ଥାନା କୁ ଖବର ଦେଇଥିଲେ । ବିନିକା ଥାନା କର୍ମଚାରୀ ପୋଷ୍ଟ ଅଫିସ କୁ ଯାଇ ତଦନ୍ତ କରିଥିଲେ ।5c32eb05 0895 46ea afcd a839a666b755 ବିନିକା ପୋଷ୍ଟ ଅଫିସରେ ୬ଟି ତାଲା କାଟି ଭିତରକୁ ପଶିଲେ ଦୃର୍ବୁତ୍ତ

ତଦନ୍ତ ପରେ ସବୁ କାଗଜପତ୍ର ଠିକ ଥିବା ସହିତ କିଛି ଟଙ୍କା ପଇସା ମଧ୍ୟ ଚୋରୀ ହୋଇନଥିବା ଜଣାପଡିଛି । ପୋଷ୍ଟ ଅଫିସ ର ବାଡ଼ା ଡେଇଁ ଦୃର୍ବୁତ୍ତ ମାନେ ୬ଟି ତାଲା କାଟି ଚୋରୀ ଉଦ୍ୟମ କରାଯାଇଥିବା ଅନୁମାନ କରାଯାଉଛି | ପୋଷ୍ଟ ଅଫିସ ରେ ସିସି ଟିଭି କ୍ୟାମେରା ଲାଗି ନ ଥିବାରୁ ଡକାୟତ ମାନେ କେମିତି ଭିତରକୁ ପ୍ରବେଶ କଲେ ତାହା ସ୍ପଷ୍ଟ ଭାବରେ ଜଣାପଡୁନାହିଁ । ପୋଷ୍ଟ ମାଷ୍ଟର ପ୍ରହଲ୍ଲାଦ କୁମାର ପାଢ଼ୀ ଙ୍କ ଅଭିଯୋଗ କ୍ରମେ ବିନିକା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଆଜି ଅପରାହ୍ନ ରେ ସୋନପୁର ରୁ ସନ୍ଧାନୀ କୁକୁର ଆସି ତଦନ୍ତ କରିଥିବା ବେଳେ ବଲାଙ୍ଗୀର ସାଇଣ୍ଟିଫିକ ଟିମ କୁ ଖବର ଦିଆଯାଇଥିବା ପୁଲିସ ପ୍ରକାଶ କରିଛି ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...