32.9 C
Balāngīr
Thursday, July 10, 2025

ବିନିକା ବ୍ଲକ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୩/୦୧) : ସୁବର୍ଣ୍ଣପୁର ଜିଲ୍ଳା ବିନିକା ବ୍ଳକ ସଭାଗୃହ ଠାରେ ବ୍ଳକ ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବିନିକା ବିଡ଼ିଓ ମଣ୍ଟୁ ଖମାରୀ ବୈଠକକୁ ପରିଚାଳନା କରିଥିଲେ । ପ୍ରଥମେ ବିନିକା ବ୍ଳକ ଜିପିଓ ଶରତ କୁମାର ମିଶ୍ର ପୁର୍ବ ବୈଠକର ବିବରଣୀ ପଠନ କରିବା ପେରେ ପୂର୍ବ ବୈଠକ ଉପ‌ରେ ଆଳୋଚନା କରାଯାଇଥିଲା । ଏହି ବୈଠକରେ ସ୍ବାସ୍ଥ୍ୟ,ପଶୁପାଳନ, ପାନୀୟଜଳ, ବିଦ୍ୟୁତ, ମହିଳା ଓ ଶିଶୁ ବିକାଶ ଯୋଜନା, ଶିକ୍ଷା, ଜଙ୍ଗଳ, କୃଷି,ଶିଳ୍ପ, ଉଦ୍ୟାନ ବିଭାଗ, ମତ୍ସ୍ୟଚାଷ, ଜନଜାତି ମଙ୍ଗଳ, ସାମାଜିକ ସୁରକ୍ଷା, ବିଭିନ୍ନ ଉନ୍ନୟନ ମୂଳକ ତଥା ଅନ୍ୟାନ୍ୟ ବିଭାଗ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକକୁ ସମବାୟ , କୃଷି ,ଜଳସେଚନ ବିଭାଗ ଫକ୍ଷରୁ କୌଣସି ପଦାଧିକାରୀ ଉପସ୍ତିତ ହୋଇ ନ ଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା ।

ବୈଠକରେ ବୀରମାହାରାଜପୁର ବିଧାୟକ ରଘୁନାଥ ଜଗଦଲା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ,ସୋନପୁର ବିଧାୟକଙ୍କ ପ୍ରତିନିଧି ଅଶୋକ ନନ୍ଦ, ସାସଂଦ ପ୍ରତିନିଧି ବାବୁଳୁ ବିଶି ,ବିନିକା ଜିଲ୍ଲା ପରିଷଦ ସଭ୍ୟା ପ୍ରମିଳା କଲତା, ଜିଲ୍ଲା ପରିଷଦ ସଭ୍ୟ ବଶିଷ୍ଠ ଭରାସାଗର, ବ୍ଳକ ଉପାଧ୍ୟକ୍ଷ ନିର୍ମଳ ଷାଣ୍ଢ ସରପଞ୍ଚ ସଂଘ ସଭାପତି ରଜତ କୁମାର ପଧାନ,ଶଙ୍କରା ସରପଞ୍ଚ ଅଶୋକ ପୃଷ୍ଟି, କୁହିବାହାଳ ସରପଞ୍ଚ ସୁଦାମ ପଧାନ,ବିନିକା ବିଦ୍ୟୁତ ବିଭାଗ ଏସଡ଼ିଓ ଉଦୟ ଶଙ୍କର ପାଟ୍ଟଯୋଶୀ, ବିନିକା ରେଞ୍ଜର ଡ଼ମ୍ବରୁଧର ପଧାନ ସିଡ଼ିପିଓ ଲକ୍ଷ୍ମିପ୍ରିୟା ମିଶ୍ର,ବିନିକା ବିଇଓ ଲକ୍ଷ୍ମଣ ମିଶ୍ର, ଏବିଇଓ ହେମସାଗର କାଲସେ, ସମେତ ବିନିକା ବ୍ଳକ ୧୬ ଗୋଟି ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ/ସଭ୍ୟା, ସରପଞ୍ଚ, ବ୍ଳକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ ବିନିକା ବ୍ଳକ କାର୍ଯ୍ୟଳୟ ସମସ୍ତ କର୍ମଚାରୀ ଉପସ୍ତିତଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...