ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୦୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ପାପକ୍ଷୟ ଲୋକ ମହୋତ୍ସବ ଆଜି ସଂନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି ।
ଏହି ପାପକ୍ଷୟ ଲୋକ ମହୋତ୍ସବ କମିଟି ର ସଭାପତି ପ୍ରଶାନ୍ତ ଚନ୍ଦ୍ର ଦଣ୍ଡସେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିନିକା ତହସିଲଦାର ସିତାରାମ ଭୋଇ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆମ କଳାସଂସ୍କୃତି ମହାନ । ଲୋକ ମହୋତ୍ସବ ରେ ଗ୍ରାମାଞ୍ଚଳରୁ ସହରାଞ୍ଚଳର କଳାକାରଙ୍କ ପ୍ରତିଭା ଲୋକ ଲୋଚନକୁ ଆସୁଛି । ଆମେ ଆମ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତରକୁ ପହଞ୍ଚାଇବା ଆମର କର୍ତ୍ତବ୍ୟ ବୋଲି ମତ ପ୍ରକାଶ କରିଥିଲେ । ବିନିକା ବିଡ଼ିଓ ମଣ୍ଟୁ ଖମାରୀ ସ୍ବତନ୍ତ୍ର ଅତିଥି , ବିନିକା ଥାନା ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ, ବିନିକା ପୁରୁଣା ବସଷ୍ଟାଣ୍ଡ ଦୁର୍ଗା ମନ୍ଦିର କମିଟି ର ସଭାପତି ସନ୍ତୋଷ କୁମାର ପଣ୍ଡା, ସୋନପୁର ପୁର୍ବତନ ବ୍ଳକ ଅଧ୍ୟକ୍ଷ ନବକୃଷ୍ଣ ଦନ୍ତା ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ କୋଷାଧକ୍ଷ ଦେବରାଜ ମେହେର ଉପସ୍ଥିତଥିଲେ ।
ପାପକ୍ଷୟ ସମ୍ମାନରେ ଡ଼.ସୃତିରଞ୍ଜନ ପାଧାନ, ଓ ବିଶ୍ବମ୍ବର ନାଥ ପାଣ୍ଡେଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ । ନୀଳାଞ୍ଚଳ ମେହେର ଓ ରାମ ଚନ୍ଦ୍ର ପୂଜାରୀ ମାନପତ୍ର ପଠନ କରିଥିଲେ । ହିମାଂଶୁ ଭୂଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲାବେଳେ ସଭା ଶେଷରେ ମହୋତ୍ସବ କମିଟି ର ସମ୍ପାଦକ ଧର୍ମେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।