32.9 C
Balāngīr
Saturday, April 26, 2025

ବିନିକା ର ବନବିଭାଗ ପକ୍ଷରୁ ସାଇଜ କାଠ ବୋଝେଇ ଗାଡ଼ି ଜବତ : ୧ ଗିରଫ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୭/୦୧) : ବିନିକା – ଗୋଡ଼ଭଗା ରାସ୍ତା ର ଅରିଗାଁ ଠାରେ ଚଢ଼ାଉ କରି ସାଇଜ କାଠ ବୋଝେଇ ଗାଡ଼ି ଜବତ କରିବା ସହ ଜଣକୁ ଗିରଫ କରିଛନ୍ତି ବନ ବିଭାଗ କର୍ମଚାରୀ ।

ଗିରଫ ଅଭିଯୁକ୍ତ ଜଣକ ହେଲେ ବରଗଡ଼ ଜିଲ୍ଲା ଭେଡେନ ଥାନା ମେହେନା ଗ୍ରାମର ମହେନ୍ଦ୍ର ସାହୁ (୩୪) ବୋଲି ଜଣାପଡିଛି । ପ୍ରକାଶ ଯେ , ବରଗଡ଼ ଜିଲ୍ଲା ତୁରୁମ ପଟରୁ ବିନିକା ପଟକୁ ଆସୁଥିବା ଏକ ମହେନ୍ଦ୍ର ପିକଅପ –ଗାଡ଼ି ନମ୍ବର ଓଡ଼ି-୧୭ ଜେ ୨୦୫୧ ଆସୁଥିଲା । ବିନିକା ର ବନ ବିଭାଗ କର୍ମଚାରୀ ସନ୍ଦେହରେ ଉକ୍ତ ଗାଡିକୁ ଅଟକାଇ ଯାଞ୍ଚ କରିବାରୁ ବେଆନ ଭାବରେ ସାଇଜ ଗଛ ଚାଲାଣ ହୋଇଥିବାର ଜାଣି ପାରିଥିଲେ। ପରେ ସେହି ଗାଡ଼ିକୁ ବିନିକା ବନାଞ୍ଚଳ କର୍ଯ୍ୟାଳୟକୁ ଆଣି ଥିଲେ । ଗାଡ଼ିରେ ୩୮ ଖଣ୍ଡସାଇଜ କାଠ ବାହାରିଥିଲା ।

ବନବିଭାଗର ସୁଚନା ଅନୁସାରେ ସେଥିରେ ୬/୪/୨ସାଇଜ – ୨୪ ଖଣ୍ଡ, ୫.୫/୪/୨-ସାଇଜ- ୨ ଖଣ୍ଡ ଓ ୩/୪/୨- ୧୨ ଖଣ୍ଡ ସାଇଜକାଠ ସମୁଦାୟ ୩୮ ଖଣ୍ଡ କାଠ ଯାହାକି ଅନୁମାନିକ ମୂଳ୍ୟ ୩୮ ହଜାର ଟଙ୍କା ହେବ ବୋଲି ବନବିଭାଗ କହିଛି । ଏନେଇ ବିନିକା ବନାଞ୍ଚଳ କାର୍ଯ୍ୟାଳୟରେ ୧୧୧/୨୪-୨୫ ଏକ ମାଳଳା ରୁଜୁ କରି ରାମପୁର ଫରେଷ୍ଟର ଜ‌ନ୍ମ‌େଞ୍ଜୟ ମାଝୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବିନିକା ବନ ବିଭାଗ ରେଞ୍ଜର ଡମ୍ବରୁ ଧର ପ୍ରଧାନ ପ୍ରକାଶ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...