ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୯/୦୩) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଗୁଲୁଣ୍ଡା ନୂଆଁ ବୃନ୍ଧାବନ (ମଠ) ପରିସରରେ ବିନିକା ସଦର ସାହିତ୍ୟ ଘର ପକ୍ଷରୁ ସାହିତ୍ୟ ଘର ସଭାପତି ପ୍ରମୋଦ କୁମାର ପଣ୍ଡାଙ୍କ ଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।
ଏଥିରେ ଗୁଲୁଣ୍ଡା ମଠାଧୀଶ ବାବା ଶ୍ରୀ ରଘୁନାଥ ଦାସ ମୂଖ୍ୟ ଅତିଥି ସମ୍ବାଦ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ମୂଖ୍ୟବକ୍ତା ଭାବରେ ଯୋଗ ଦେଇ ସମ୍ବାଦ ପରିବାର ଆପଣମାନେ ବଳ ା ଆପଣଙ୍କ ଦ୍ବାରା ବୃକ୍ଷ ରୋପଣ , ରକ୍ତଦାନ, ନିଶାନିବାରଣ, ମତଦାନ ରେ ଆପଣମାନେ ସହଯୋଗ କରି ଆସୁଥିବାରୁ ଆପଣମାନେ ଆମର ବଳ ବୋଲି ପ୍ରକାଶ କରିଥିଲେ ା ଶିକ୍ଷାବିତ ସନ୍ତୋଷ ସାହୁ , ସାହିତ୍ୟଘର କାର୍ଯ୍ୟକାରୀ ସଭାପତି ବାଳ ଗୋପାଳ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଭାବରେ ଯୋଗ ଦେଇ ଅନ୍ତର୍ଜାତିୟ ମହିଳା ଦିବସ ଉପରେ ଆଲୋକ କପାତ କରି ସମ୍ବାଦ ଆମଓଡ଼ିଶା ସହିତ ମିଲିତ ଜନହିତକର କାର୍ଯ୍ୟ କରି ଆସିଛନ୍ତି ସେହି ଅନୁଷ୍ଠାନ ମାନଙ୍କୁ ମାନ ପତ୍ର ଓ ଫୁଲତୋଡ଼ା ଦେଇ ଅତିଥି ମାନେ ସ୍ବାଗତ କରିଥିଲେ ା
ସମ୍ମାନିତ ହୋଇଥିବା ଅନୁଷ୍ଠାନ ଓ ବ୍ୟକ୍ତିତ୍ବ ମାନେ ହେଲେ ରାଜ୍ୟସ୍ତରୀୟ ଅଭିଜିତ ସ୍ମୃତି କମିଟି, ବିନିକା ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ, ବିନିକା ସେଣ୍ଟସ୍ ଭେଲି ଉଚ୍ଚବିଦ୍ୟାଳୟ, କୁହିବାହାଳ ଗୁଟେ ଯିବନ କୁଟୁମ ,କୁହିବାହଲ ଜୟଶ୍ରୀରାମ ଗୃପ, ଯଶପୁର ଶିବାନୀ ସ୍ବୟଂ ସହାୟକ ଗୋଷ୍ଠି, ଗୁଲୁଣ୍ଡା ତୁଳସୀ ସ୍ବୟଂ ସହାୟକ ଗୋଷ୍ଠି, ଗୁଲୁଣ୍ଡା ମାହେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠି, ବନିକା ତୁଳସୀ ସ୍ବୟଂ ସହାୟକ ଗୋଷ୍ଠି, ଭଣ୍ଡାର, ସିଂଘିଯୁବା, କୁହିବାହାଳ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ, ପଧାନପାଳି ମା ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଟି ,ବିନିକା ଅଭିଜିତ ସାହିତ୍ୟ ସଂସଦ, ବ୍ୟକ୍ତିତ୍ବ- ନିଳମଣି ସାହୁ, କୁନ୍ତି ପଧାନ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା ।
ସାହିତ୍ୟଘର ସଦସ୍ୟ ଗୀତାଞ୍ଜଳୀ ମିଶ୍ର ମାନପତ୍ର ଗୁଡ଼କ ପଠନ କରି ପୁରସ୍କାର ବିତରଣୀ ଉତ୍ସବ ପରିଚାଳନା କରିଥିଲେ ା ସାହିତ୍ୟ ଘର ସଦସ୍ୟ ବୈଜୟନ୍ନ୍ତୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ।କବି କାମପାଳ ପଣ୍ଡା ସ୍ବାଗତ ସଂଗୀତ ଗାନ କରିଥିଲା ବେଲେ ଦୀପାନ୍ମିତା ମହାଣା, ଦ୍ବିତୀକୃଷ୍ଣ ପଣ୍ଡା, ଡ଼.ଅନିରୁଦ୍ଧ କୁରକୁରିଆ ପ୍ରମୁଖ କବିତା ପାଠ କରିଥିଲେ । ହିମାଂଶୁ ଭୂଷଣ ପଣ୍ଡା, ଆଲିଶା ମେହେର, ସୋନାଳି ମେହେର ମଞ୍ଚ ପରିଚଳନା କରିଥିଲେ ।
ଶେଷରେ ସାହିତ୍ୟଘର ସଦସ୍ୟ ରେଖା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ଭଜନ ସମାରୋହ ଅନୁଷ୍ଟିତ ହୋଇଥିଲା । ଏଥିରେ ସମ୍ବାଦ ସାହିତ୍ୟ ଘର ସମ୍ପାଦକ ନିଳାଚଳ ମେହେର, ଭୀମସେନ ସାହୁ, ନଳୀନୀ ସାହୁ, ନିଳିମା ନାଏକ,ଭୂବନେଶ୍ବର ପଧାନ, ସୋମିତ୍ରୀ ପତି, ଅଭିଜିତ ସ୍ମୃତି କମିଟି ସଂପାଦକ ପ୍ରିୟରଞ୍ଜନ ହୋତା, ମଳୟ ସାହୁ,ଲକ୍ଷ୍ମୀନାରାୟଣ ସାହୁ, ଅନ୍ତରାମ ପଣ୍ଡା, ଗୈତମ ମିଶ୍ର, ବୃଷଭ ମାହାଣା, ଗଣ୍ଡାରାମ ମହାଣା, ସାତାରାମ ଦାସ, ପ୍ରଭଞ୍ଜନ ପାଢ଼ୀ, ବିକାଶ ମହାନ୍ତି , ହିମାଂଶୁ ତ୍ରୀପାଠୀ, ଉମେଶ ପ୍ରଶାଦ ମାହାଣା, ଶିବନାରାୟଣ ନାଏକ, ବିରମାହାରାଜ ପୁର ସମ୍ବାଦ ପ୍ରତିନିଧି-ରାଧାକାନ୍ତ ବାଘ ,ସେଲଡ଼ି ସମ୍ବାଦପ୍ରତିନିଧି ପରକ୍ଷିତ ବାଘ, ,ବିନିକା ସମ୍ବାଦ ଆମ ଓଡ଼ିଶା ସଂଯୋଜକ ଅକ୍ଷୟ ପୂଜାରୀ ପ୍ରମୁଖ ସହଯୋଗ କରି ଥିଲେ ।