ସୁବର୍ଣ୍ଣପୁର , (୧୬/୦୫)ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ରେ ପିଇବା ପାଣି ଯୋଗାଣ ପାଇଁ ଵୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ବିଧାୟକ ପାଣ୍ଠିରୁ ପିଇବା ପାଣି ଯୋଗାଣ ପାଇଁ ଗୋଟିଏ ଟ୍ୟାଙ୍କର ଦେବା ସହ ଏହାକୁ ଉଦଘାଟନ କରିଛନ୍ତି ।
ବିନିକା ଏନଏସିରେ ୧୨ ଗୋଟି ୱାଡ଼ର ବିଭିନ୍ନ ସ୍ଥାନ ମାନଙ୍କୁ ପାଣିର ସମସ୍ୟା ରହିଥିବା ନେଇ ତାଙ୍କ ପାଖରେ ଜନସାଧାରଣ ଅଭିଯୋଗ କରି ଆସୁଥିଲେ । ଏହାର ସୁଧାର ପାଇଁ ଏନଏସିକୁ ୪ ଗୋଟି ପାଣି ଟ୍ୟାଙ୍କର ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ଜଗଦଲା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟ କ୍ରମରେ ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ, ଉପାଧ୍ୟକ୍ଷା ତପସ୍ପିନୀ ମେହେର, ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ, ଜିଲ୍ଲା ପରିଷଦ ସଭ୍ୟା ପ୍ରମିଲା କଲତା ,ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ବମ୍ବର ମିଶ୍ର , ବିନିକା ବ୍ଳକ ସାଂସଦ ପ୍ରତିନିଧି ବାବୁଳୁ ବିଶି, ଜିଲ୍ଲା ଯୁବ ମୁର୍ଚ୍ଚା ସଭାପତି ଆକାଶ ନାଏକ , ବିଜେପି ବିନିକା ପୁର୍ବତନ ନଗର ସଭାପତି ଉଷତ କର, ବିନିକା କାଉନସିଲର ବିଜୟ ବରାଇ, ପ୍ରଦୀପ ବାଘ, ଗୋପାଳ କୃଷ୍ଣ ମହାଲିଙ୍ଗ , ଜିତେନ୍ଦ୍ରୟ ମଲ୍ଲିକ .ବିଜେପି ନେତା ଭୂବନେଶ୍ବର ପାତ୍ର ,ବିଜେପି ନଗର ସଭାପତି ଚନ୍ଦ୍ରମା ଅଗ୍ରୱାଲ କୃଷ୍ଣଚନ୍ଦ୍ର କୁମ୍ଭାର ପ୍ରମୁଖ ସାମିଲ ଥିଲେ ।