ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ ଟିଟିଲାଗଡ, (୦୪/୦୧) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଥାନା ରେ କିଛି ମାସ ଧରି କୁଳମଣି ଜାନି ନାମକ ଜଣେ ଏସ ଆଇ ପଦବୀ ରେ ଯୋଗଦାନ କରିଥିବା ପୋଲିସ ଅଧିକାରୀ ଙ୍କ ପୂର୍ବରୁ ତାଙ୍କ ବିଭିନ୍ନ ବେଆଇନ୍ କାର୍ଯ୍ୟ କଳାପ ନେଇ ଅଭିଯୋଗ ହୋଇଛି ।
ପ୍ରକାଶ ଯେ, ଉକ୍ତ ଏସ ଆଇ ଶ୍ରୀଯୁକ୍ତ ଜାନି ଯୋଗ ଦେବା ପରେ ଟିଟିଲାଗଡ ଥାନା ର ବିଭିନ୍ନ ସ୍ଥାନରୁ ମାସିକ ମୋଟା ଅଙ୍କର କୋଟା ଫିକ୍ସ କରିଦେଇଥିବା ଓ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟକଳାପ ମାତ୍ରାଧିକ ଭାବେ ବୃଦ୍ଧି ପାଇଛି । ସେହିଭଳି ଟିଟିଲାଗଡ ଥାନା ରେ କିଛି ନିର୍ଦ୍ଦିଷ୍ଟ ପୋଲିସ ଅଧିକାରୀ ଓ କର୍ମଚାରୀ ଙ୍କୁ ଛାଡି ଦେଲେ ଅନ୍ୟ ଅଧିକାରୀ ଓ କର୍ମଚାରୀ ସାଧାରଣ ଲୋକ ଙ୍କୁ ଦୁର୍ବ୍ୟବହାର କରିବା ସହ ନା ନା ଆଳରେ ହଇରାଣ ,ହରକତ ସହ ଟଙ୍କା ଦାବି ମୁତାବକ ଆଦାୟ କରି ଲୋକ ଙ୍କୁ ଦୁର୍ଦ୍ଦଶା ର ଶିକାର କରାଯାଇ ଆସୁଥିବା ଟିଟିଲାଗଡ ସଚେତନ ନାଗରିକ କମିଟି ତରଫ ରୁ ଗୁରୁତର ଅଭିଯୋଗ ହୋଇଛି ।
ଏପରିକି ଟିଟିଲାଗଡ ପୋଲିସ ଥାନା ଅଞ୍ଚଳ ରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ଏହି ଥାନା ଅନ୍ତର୍ଗତ କୁମୁଡା ଗ୍ରାମ ନିକଟରେ ଏହି ଥାନା ଏସ ଆଇ ଶ୍ରୀ ଜାନି ମାସିକ ୩୦ ହଜାର ଟଙ୍କା କୋଟା ଫିକ୍ସ୍ କରିବା ଓ ଦିନ ରାତି ଜୁଆ ଖେଳ ଚଲେଇ ଆସୁଥିବା ତଥା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ମାସିକ ମୋଟା ଅଙ୍କର ଅର୍ଥ ଫିକ୍ସ କରି ଆଦାୟ କରି ଆସୁଥିବା ଲିଖିତ ଅଭିଯୋଗ ହୋଇଛି ।
ଏ ନେଇ ସବୁ ଜାଣି ଅଜଣା ଭାବେ ଥାନା ଅଧିକାରୀ ନାମକୁ ମାତ୍ର କିଛି କେସ ରୁଜୁ କରି ନୀରବ ଥିବା ତଥା ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କ ପଦବୀ ଖାଲି ପଡ଼ି ଥିବା ବେଳେ ତାହା ପୁରଣ କରିବା କୁ କମିଟି ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ଏ ଦିଗରେ ତୁରନ୍ତ ଆବଶ୍ୟକ ଦୃଷ୍ଟି ଦେଇ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ଗ୍ରହଣ ଦିଗରେ ବିଭାଗୀୟ ବରିଷ୍ଟ ଅଧିକାରୀ ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ଦାବି ହୋଇଛି ।