32.9 C
Balāngīr
Tuesday, July 15, 2025

ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା, ଘଟୁଛି ଦୁର୍ଘଟଣା

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୫/୦୧) : ରାୟଗଡା ସହରରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି। ଦୁର୍ଘଟଣାକୁ ରୋକିବା ପାଇଁ ଅନେକ ସ୍ଥାନରେ ସାଇନ୍ ବୋର୍ଡ ଓ ଦର୍ପଣ ଲାଗିନାହିଁ ।WhatsApp Image 2025 01 14 at 21.13.23 ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା, ଘଟୁଛି ଦୁର୍ଘଟଣା

ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା, ଘଟୁଛି ଦୁର୍ଘଟଣା । ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ସହରରେ ଲାଗିଥିବା ସତ୍ତ୍ୱେ, ଦୁର୍ଘଟଣାକୁ ରୋକା ଯାଇ ପାରୁନି। ଏପରିକି ଦୃତ ଗତିରେ ଯାଉଥିବା ଗାଡ଼ି ଚାଳକ ମାନଙ୍କ ବେପରୁଆ ଭାବେ ଗାଡ଼ି ଚଳାଉଥିବା ହେତୁ ନିରୀହ ଧନ ଜୀବନ ନଷ୍ଟ ହେଉଥିବା ନଜିରକୁ ଆସିଛି । ସେହିଭଳି ଆଜି ମା ମଝିଘରିଆଣୀ ମନ୍ଦୀର ଅଣ୍ଡର ପାସ୍ ରୁ ଉପରକୁ ଆସୁଥିବା ଏକ ୱାଗନର୍ କାର କୁ ଛତିଶଗଡ଼ର ଏକ ମାଲ୍ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଭାଗ୍ୟ ବଶତଃ କିଏ ଆହତ ହୋଇ ନ ଥିବା ସ୍ଥଳେ ୱାଗନର କାର ଟିର ସାମ୍ନା ପଟ ସମ୍ପୂର୍ଣ୍ଣ ଭାବେ କ୍ଷତି ଗ୍ରସ୍ତ ହୋଇଯାଇଛି ।

ଆନ୍ଧ୍ର ପ୍ରଦେଶରୁ ଆସିଥିବା କୋରଡ଼ା ପ୍ରାସାଦ ରାଓ ନାମକ ଜଣେ ବ୍ୟକ୍ତି Ap31D v 6992 ଲାଲ ରଙ୍ଗର ୱାଗନର କାର ଧରି ବବିଲିରୁ ମା ମଝିଘରିଆଣିଙ୍କ ଦର୍ଶନ କରିବା ପାଇଁ ଆସିଥିଲେ। ମଝିଘରିଆଣି ଙ୍କ ଦର୍ଶନ ସାରି ଫେରିଲା ବେଳକୁ ମନ୍ଦିର ଅଣ୍ଡର ପାସ୍ ଉଠାଣିରେ କାର ଉପରକୁ ଆସୁଥିବା ବେଳେ, ଅନ୍ୟପଟୁ ଗୋଟିଏ ଟ୍ରକ ଧକ୍କା ଦେଇଥିଲା । ଟ୍ରକଟି ଛତିଶଗଡ଼ର ବୋଲି ଜଣାପଡିଛି ।

ବାରମ୍ବାର ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟୁଥିଲେ ସୁଦ୍ଧା, ପୁଲିସ ପକ୍ଷରୁ କିମ୍ୱା ମଝିଘରିଆଣି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ସଂକୀର୍ଣ୍ଣ ରାସ୍ତା ସାଙ୍ଗକୁ ରାସ୍ତା ଅବରୋଧ କରି କିଛି ବ୍ୟବସାୟୀ ନିଜର ଦୋକାନ ଗୁଡ଼ିକ ରାସ୍ତା ଉପରେ ଆଣିଦେବା ଦ୍ଵାରା ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଜନ ସାଧାରଣ ଏବଂ ଗାଡ଼ି ଚାଳକ। ଅତିଶୀଘ୍ର ଏହିଭଳି ସମସ୍ୟା ଗୁଡ଼ିକର ସମାଧାନ ନ ହେଲେ, ଆଗାମୀ ଦିନରେ ବହୁତ୍ ବଡ ବିପଦକୁ ଆମନ୍ତ୍ରଣ କରିବା ସମ୍ଭାବନା ଅଧିକ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

- Advertisement -spot_img

More articles

- Advertisement -spot_img

Latest article

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...

ସୋନପୁର କଲେଜର ବିଭିନ୍ନ ସମସ୍ୟା ନେଇ ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଭେଟିଲେ ପୁରାତନ ଛାତ୍ରଛାତ୍ରୀ ସଂଘ ର ଏକ ପ୍ରତିନିଧି ମଣ୍ଡଳୀ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୋନପୁର ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଂଘର ସଭାପତି ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ପ୍ରତିନିଧି ଦଳ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ...