32.9 C
Balāngīr
Tuesday, July 15, 2025

ବିପୁଳ ପରିମାଣର ଗଞ୍ଜେଇ ସହ ପିକ୍‌ଅପ୍ ଭ୍ୟାନ ଜବତ : ଗାଡି ଛାଡି ଡ୍ରାଇଭର ଫେରାର

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡା, (୨୪/୦୨) : ନୂଆପଡା ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ବିପୁଳ ପରିମାଣର ଗଞ୍ଜେଇ ସହ ପିକ୍‌ଅପ୍ ଭ୍ୟାନ ଜବତ ।

ଫ୍ଲ୍ୟାଇଙ୍ଗ୍ ସ୍କ୍ଵାର୍ଡ଼ ଇନ୍ସପେକ୍ଟର ସୁରେଶ ତାଣ୍ଡିଙ୍କ ନେତୃତ୍ୱରେ ପେଟ୍ରୋଲିଙ୍ଗ କରୁଥିବା ବେଳେ କୋମନା ଥାନା ଅନ୍ତର୍ଗତ ସେମେଲପାଲି ପାଖରେ ବଲାଙ୍ଗିର ଜିଲ୍ଲା ଲାଠୋର ପଟୁ ମାଲ ବୋଝେଇ ଏକ ବୋଲେରୋ ମେକ୍ସ ପିକ୍‌ଅପ୍‌ ଭ୍ୟାନ୍‌ ଦ୍ରୁତଗତିରେ ଯାଉଥିବା ବେଳେ ଅବକାରୀ ସ୍କ୍ଵାର୍ଡ଼ ଅଟକେଇବା ସତ୍ୱେ ନ ଅଟକି ଦ୍ରୁତଗତିରେ ଚାଲି ଯାଇଥିଲା । ଗାଡିଟିକୁ ପିଛା କରିବାରୁ ଉକ୍ତ ଗାଡିର ଡ୍ରାଇଭର ଓ ଅନ୍ୟ ଦୁଇ ଜଣ କେନ୍ଦୁଭଟା ରାସ୍ତାରେ ଗାଡିଟିକୁ ଛାଡି ଫେରାର ମାରିଥିଲେ । ଅବକାରୀ କର୍ମଚାରୀ କୋମନା ଥାନାକୁ ଘଟଣା ସମ୍ବନ୍ଧରେ ଜଣାଇବା ପରେ ପୋଲିସ ଉପସ୍ଥିତିରେ ଗାଡ଼ିରୁ ଯାଞ୍ଚ ପରେ ୧୩.୨୬ କୁଇଣ୍ଟାଲ ଗଞ୍ଜେଇ ଥିବା ଜଣାପଡିଥିଲା ।

ବୋଲେରୋ ମେକ୍ସ ପିକ୍‌ଅପ୍‌ ଭ୍ୟାନ୍‌ ନଂ.ଓଡି୦୩ -ଏସି-୫୨୦୪ ସହ ଗଞ୍ଜେଇ ଜବତ କରି ନୂଆପଡା ଅବକାରୀ କାର୍ଯ୍ୟାଳୟକୁ ନେବା ପରେ ଅବକାରୀ ଇନ୍ସପେକ୍ଟର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସମସ୍ତ ଅଭିଯୁକ୍ତ ଫେରାର ଥିବା ଅବକାରୀ ବିଭାଗ ସୁତ୍ରରୁ ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ଆକଳନ କରାଯାଇଛି । ଏହା କନ୍ଧମାଳରୁ ଚାଲାଣ ହେଉଥିବା ଅବକାରୀ ଅଧିକ୍ଷକ ପ୍ରକାଶ କରିଥିବା ବେଳେ କୁଆଡେ ଯାଉଥିଲା ସେ ସମ୍ପର୍କରେ ସୂଚନା ଦେଇନାହାନ୍ତି । ତେବେ ଏସବୁ ଗଞ୍ଜେଇ ନୂଆପଡା ଜିଲ୍ଲାର କୌଣସି ଏକ ସ୍ଥାନକୁ ଚାଲାଣ ହେଉଥିବା ସାଧାରଣରେ ମତ ପ୍ରକାଶ ପାଉଛି ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...