ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୨୭/୦୫) : ବଲାଙ୍ଗିର ପୋଲିସ ୩ ଜଣ କଫ୍ ସିରଫ୍ ଚୋରା ବେପାରୀ ଙ୍କୁ ଗିରଫ କରିବା ସହ ୩,୫୦,୦୦୦ହଜାର ଟଙ୍କାର ନିଶା କଫ୍ ସିରଫ୍ ଜବତ କରିଛି ।
ବିପୁଳ ପରିମାଣରେ ୨ଟି ବ୍ରାଣ୍ଡର କଫ୍ ସିରଫ୍ ଜବତ କରିବା ସହ ତିନି ଜଣ ପୂର୍ବରୁ ଏହି କଫ୍ ସିରଫ୍ କାରବାର ରେ ମାମଲା ରେ ସଂଶ୍ଲିଷ୍ଟ ଥିବା ମାଫିଆଙ୍କୁ ଠାବ କରିଥିବା ସୁଚନା ଦିଆଯାଇଛି । ଏହି ଲକ୍ଷାଧିକ ଟଙ୍କା ର କଫ ସିରଫ ଚାଲାଣ ନେଇ ବଲାଙ୍ଗୀର ଟାଉନ ଥାନାରେ ଏକ ପ୍ରେସ ମିଟ ଜରିଆରେ ଏସ୍ଡ଼ିପିଓ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି ଏସ୍ଡ଼ିପିଓ ପ୍ରଦୀପ ସାହୁଙ୍କ ସୂଚନା ଅନୁଯାୟୀ,ରବିବାର ଦିନ ପ୍ରାୟ ୧୧ଟା ସମୟରେ ବଲାଙ୍ଗିର ସହର କୁ କଟକରୁ ୨ ଗୋଟି ଭିନ୍ନ ଭିନ୍ନ ବ୍ରାଣ୍ଡର ୧୧୯୦ ଗୋଟି ବେଆଇନ ନିଶା କଫ୍ ସିରଫ ବୋତଲ ଏକ ବୋଲରେ ଯୋଗେ ଆସୁଥିଲା ।
ଏ ନେଇ ପୋଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଉକ୍ତ ବୋଲେରୋକୁ ଠାବ କରି ବଲାଙ୍ଗିର ସହର ନିକଟସ୍ଥ ହୋଣ୍ଡା ସୋ ରୁମ୍ ପାଖରେ ବୋଲେରୋଟିକୁ କାବୁ କରାଯାଇଥିଲା । ଉକ୍ତ ବେଆଇନ କଫ ସିରଫ୍ ସହ ପୋଲିସ ଚାଲାଣ ହେଉଥିବା ବୋଲେରୋ କୁ ସୁରକ୍ଷା ଦେଉଥିବା ଏକ ଧଳା ରଙ୍ଗର ଆପାଚି ବାଇକ୍ ମଧ୍ୟ ଜବତ କରିଛି ।
ଧରା ପଡ଼ିଥିବା ବୋଲେରୋ ଭିତରୁ ୨ଟି ବ୍ରାଣ୍ଡର ପାଖାପାଖି ୧୧୯୦ ବୋତଲ ବେଆଇନ ନିଶା କଫସିରଫ୍ କୁ ଜବତ କରିଥିବା ବେଳେ ଘଟଣାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୩ ଜଣ ହେଲେ ବଲାଙ୍ଗିର ସହରର ବରପାଲିପଡ଼ାର ରୋହନ ଜେନା ଓ କନ୍ଧପାଲିପଡ଼ାର ରାଜେନ୍ଦ୍ର ବାରିକ ଏବଂ ମଣ୍ଟୁ ବାରିକ ବୋଲି ପୋଲିସ ସୁଚନା ଦେଇଛି ।
ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜବତ କଫସିରଫ, ବୋଲେରୋ ଓ ଆପାଚି ବାଇକ୍କୁ ଟାଉନ ଥାନା ରେ ଜବତ ରଖି କିଏ ଓ କାହା ନିକଟରୁ ଉକ୍ତ କଫ ସିରଫ ଅଣାଯାଉ ଥିଲା ସେ ନେଇ ଅଧିକ ତଦନ୍ତ ଆରମ୍ଭ କରିଥିବା ପ୍ରକାଶ ପାଇଛି ।
ଜବତ କଫ୍ ସିରଫର ଆନୁମାନକି ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଏସ୍ଡ଼ିପିଓ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ଡ଼ିପିଓ ଶ୍ରୀ ସାହୁଙ୍କ ସହ ଟାଉନଥାନା ଆଇଆଇସି ବିଶ୍ୱଜିତ ମନୋବାଧ ମଧ୍ୟ ଉପସ୍ଥିତ ଥିଲେ । ବିଶେଷ ଦ୍ରଷ୍ଟବ୍ୟ ଯେ, ଏହି ଏସକଫ ନାମ୍ନୀ କଫ ସିରଫ କୁ ନିଶା ପାଇଁ ବ୍ୟବହାର କରାଯାଇ ଆସୁଥିବା ବେଳେ ବର୍ତ୍ତମାନ ର ଯୁବ ପିଢ଼ି ତଥା ବିଭିନ୍ନ ବର୍ଗର ଓ କଲେଜ ଛାତ୍ର ତିନି ସହ ପଚାଶ ଟଙ୍କା ରୁ ଚାରିଶହ ଟଙ୍କା ଦେଇ କିଣି ବ୍ୟବହାର କରିଥାନ୍ତି ।