ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୧) : ଆଜି ଭାରତ ଦେଶ ର ପରମ ବୀର ନେତାଜୀ ଓ ସାଏ ଙ୍କ ଜନ୍ମ ଦିନ ସର୍ବତ୍ର ପାଳିତ ହୋଇ ଆସିଛି ।
କାଶୀନଗର ର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କ ରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଛି । କାଶୀନଗର ବ୍ଲକ ର ବିଭିନ୍ନ ଉଚ୍ଚ ପ୍ରାଥମିକ, ପ୍ରାଥମିକ, ହାଇସ୍କୁଲ ଓ କଲେଜ ସ୍ତର ରେ ଏହି ଉତ୍ସବ ବହୂ ଆଡମ୍ବର ରେ ଛାତ୍ର ଛାତ୍ରୀ ଓ ଅବିଭାବକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଉଛନ୍ତି । ସ୍ଥାନୀୟ ହରିଜନ ସାହି ଉଚ୍ଚ ଠାରେ ଉଭୟ ବୀର ଙ୍କ ଜନ୍ମ ଦିନକୁ ମହା ଆଡମ୍ବର ରେ ପାଳିତ ହୋଉଛି । ନେତାଜୀଙ୍କ ଫୋଟ ରେ ପୁଷ୍ପ ମାଳ ଦେଇ ବୀର ଙ୍କ ଜୟ ଗାନ ଓ ସ୍ମୃତି ଚରଣ କରିବା ସହ ବୀର ଙ୍କ ବିଜସ୍ୱ ଗାଥା ଓ ତ୍ୟାଗ ଓ ବଳିଦାନ ର ସ୍ମୃତି କରାଯିବା ସହ ଉଗ୍ର ଜାତୀୟବାଦ ର ତରା ଭାବେ ବକ୍ତା ଜଗଦୀଶ ପାତ୍ର କହିଥିଲେ । ପ୍ରଧାନ ଶିକ୍ଷକ କେ ଈଶ୍ୱର ରାଓ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସ୍ମୃତି ସଭା ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ମଜାଲା ସାହି ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ଏମ ସରିତା ଙ୍କ ନେତୃତ୍ୱ ରେ ସଭାପତି ହୋଇଥିଲା । ବିଭିନ୍ନ ସ୍କୁଲ ରେ ବାତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଉଥିଲା।