ମୁନିଗୁଡା, (୨୮/୬) : ଆପ୍ର. : ରାୟଗଡା ଜିଲ୍ଲା ମୁନିଗୁଡା ପଞ୍ଚାୟତ ସମିତିର ସହକାରୀ ଯନ୍ତ୍ରୀ ଅଶୋକ ପାତ୍ରଙ୍କ ନାଁରେ ମୁନିଗୁଡ଼ା ଓ ରାମନାଗୁଡା ବ୍ଲକରେ କରିଥିବା ଦୁର୍ନୀତି ଅର୍ଥରେ ଆୟବର୍ହିଭୂତ ସମ୍ପତିଥିବା ନେଇ ଲୋକମାନେ ଭିଜିଲାନ୍ସ ଓ ଇଡି ତଦନ୍ତ ପାଇଁ ଦାବୀ କରିଛନ୍ତି ।
ନିଜ ନାମରେ ବିଭାଗୀୟ ଫାଇଲ ଖୋଲିବା ସହ ନିଜକୁ ସୁହାଇବା ଠିକାଦାର ନିଯୁକ୍ତି କରି ଅନୀୟମିତ ତଥା ନିମ୍ନମାନର କାମ ମୁନିଗୁଡା ପଞ୍ଚାୟତ ସମିତିର ବିଭିନ୍ନ ଯୋଜନାରେ କାର୍ଯ୍ୟ କରାଇବା, ଜମି ମରାମତି, ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା,ଭଳି ସରକାରଙ୍କ ଅନେକ ଯୋଜନା ର ଦୁର୍ନୀତିର ଚେର ଗଭିରକୁ ମାଡିଛି,। ହେଲେ ବହୁତ କ୍ଷେତ୍ରରେ ଠିକାଦାର ଖର୍ଚ୍ଚ କରିଥିବା ଅର୍ଥ କିଛି ପାଇନଥିବା ବେଳେ ଯନ୍ତ୍ରୀ ଶ୍ରୀ ପାତ୍ର ତାଙ୍କ ନାମରେ ବିଲ୍ ଉଠାଇ ବଳକା ଅର୍ଥ ଠିକାଦାରକୁ ନଦେଇ ହଡପ କରିଥିବା ଠିକାଦାର ସେତେବେଳେ ଅଭିଯୋଗ କରିଥିଲେ । ନିଜ ଚୟନରେ ଠିକାଦାରଙ୍କ ଦ୍ଵାରା ବ୍ଲକର ଉନ୍ନୟନ ଯୋଜନା ଗୁଡ଼ିକର ବିନା ଫଳକ ଏପରିିକି ବିନା ଫାଇଲ୍ ରେ ମଧ୍ୟ କାର୍ଯ୍ୟ ଅଧା କରି ସମ୍ପୂର୍ଣ୍ଣ ବିଲ୍ କରି ଅର୍ଥ ଉଠାଇନେଲା ପରେ ଫାଇଲ୍ ଖୋଲା ଯାଇଥାଏ ।,
ଜମି ମରାମତି ନାଁରେ ଅର୍ଥ ହଡପ କରିଥିବା ବେଳେ ସିସି ରାସ୍ତା ଓ ଵିଲ୍ଡଙ୍ଗରେ ସିମେଣ୍ଟ,ଓ ରର୍ଡ, ବ୍ୟବହାର ପାଇଁ ଜେଇ ନିଜେ ବିନା ଜିଏସଟି ଥିବା ଅନାମଧେୟ ବିଲରେ ଅଧିକା ଦାମ ଦର୍ଶାଇ ସେହି ବିଲକୁ ଫାଇଲରେ ସଂଲଗ୍ନ କରି ଶତକଡା ୩୦ଭାଗ ଖର୍ଚ୍ଚ କରି ବଳକା ଅର୍ଥ ହରିଲୁଟ କରିଥିବା ଅଭିଯୋଗ ହେଉଛି ।
ଏହି ଭଳି ବିଭିନ୍ନ ପଞ୍ଚାୟତର ଦାୟିତ୍ୱରେ ରହି କୋଟି କୋଟି ଟଙ୍କା ଲୁଟିଥିବା ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କିଛି ପ୍ରଭାବ ପଡୁନଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।କେବଳ ଏତିକି ନୁହେଁ 5T ଯୋଜନାରେ ଆବଶ୍ୟକୀୟ ସାମଗ୍ରୀ ସ୍ଥାନୀୟ ମାର୍କେଟରେ ନ କିଣି ନିଜର ପିସି ତଥା ନିମ୍ନମାନର ସାମଗ୍ରୀକୁ କମ୍ ଦାମରେ କିଣି ଉଚ୍ଚମାନର ଦାମ ବିଲ୍ କରି ଅର୍ଥ ହଡ଼ପ କରିଛନ୍ତି ବୋଲି ଅଭିଯୋଗ ହୋଇ ଆସୁଅଛି, ଯାହାକି ଉଚ୍ଚସ୍ତରୀୟ ଅଧିକାରୀଙ୍କ ଦ୍ବାରା ସମସ୍ତ ବିଲର ତଦନ୍ତ କରାଯାଇ ପ୍ରକୃତ ଦୋକାନ ଚିହ୍ନଟ ଏଵଂ ମାନ ନିର୍ଦ୍ଧାରଣ କରାଗଲେ ଦୁର୍ନୀତିର ଚେର ରାମନାଗୁଡା ଓ ମୁନିଗୁଡା ପଞ୍ଚାୟତ ସମିତିରୁ ଜଣାପଡ଼ିବ ।
ଏଥିପୂର୍ବରୁ ସମ୍ପୃକ୍ତ ଯନ୍ତ୍ରୀ ଶ୍ରୀ ପାତ୍ରଙ୍କ ବିରୁଦ୍ଧରେ ବହୁବାର ତାଙ୍କର ଦୁର୍ନୀତିକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହଁ । ହେଲେ ବିଗତ ବିଜେଡି ସରକାରରେ ଥିବା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଯନ୍ତ୍ରୀଙ୍କର ସମ୍ପର୍କୀୟ ହୋଇଥିବା କହି ସରକାରୀ ଅର୍ଥ ଲୁଟି ଚାଲୁ ଥିବା ବେଳେ ରାମନାଗୁଡା ଓ ମୁନିଗୁଡା ବ୍ଲକରେ ଦୁର୍ନୀତିର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଥିଲା, ପୂର୍ବ ଷ୍ଟେସନରେ ମଧ୍ୟ ଅନୀୟମିତ ରୋଜଗାରରେ ବ୍ରହ୍ମପୁର ବଡଵଜାରରେ କୋଟି କୋଟି ଟଙ୍କାର ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରି ଭଡା ଦେଇଥିବା ଅଭିଯୋଗ ପ୍ରକାରରେ ପ୍ରାୟ ବର୍ଷକ ପୂର୍ବରୁ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା।ହେଲେ ମଧ୍ୟ ମନ୍ତ୍ରୀଙ୍କ ପାଇଁ ସେତେବେଳେ ପ୍ରଶାସନ ହାତ ବାନ୍ଧି ବସିପଡ଼ିଛନ୍ତି ।
ଏବେ ମଧ୍ୟ ଚାକିରୀରୁ ଅବସର ନେବା ପରେ ପଞ୍ଚାୟତ ରୁ ଲୁଟିଥିବା କୋଟି କୋଟି ଟଙ୍କାରେ ମୁନିଗୁଡା ଏସ୍,ବି,ଆଇ ବ୍ୟାଙ୍କ ନିକଟରେ ବିଳାସ ପୂର୍ଣ୍ଣ କୋଠା ଘର ତିଆରି ଚାଲିଥିବା ପାତ୍ର ଗୁଡା ଗ୍ରାମବାସୀ ଅଭିଯୋଗ କରିଥିଲେ । ତେଣୁ ଜଣେ ସରକାରୀ କର୍ମଚାରୀ ଯନ୍ତ୍ରୀ ସରକାରଙ୍କ ନିକଟରେ ତାଙ୍କର ସମ୍ପତ୍ତି ତାଲିକା ଦାଖଲ କରିବା କଥା, ଯଦି ଦାଖଲ ହୋଇଥାଏ ତେବେ ସେତେବେଳେ ଅସ୍ଥାୟୀ ଚାକିରୀ କିମ୍ବା ସ୍ଥାୟୀ ଚାକିରୀ ସମୟର ଆୟ କେତେ ଥିଲା । ଏବେ ଅଭିଯୋଗ ପ୍ରକାରେ କେତେ ଆୟ ବହିର୍ଭୁତ ଅଛି ତାହା ତଦନ୍ତ ସାପେକ୍ଷ ହୋଇଥିବା ବେଳେ ଯନ୍ତ୍ରୀ ଶ୍ରୀ ପାତ୍ର କେତୋଟି ବ୍ଲକରେ କେଉଁ କେଉଁ ପଞ୍ଚାୟତର ଦାୟିତ୍ଵରେ ଥିଲେ ତାର ଖୋଳତାଡ଼ କଲେ ପ୍ରଶାସନ ତାଙ୍କର ଆୟବର୍ହିଭୂତର ମୂଳ ପ୍ରମାଣ ପାଇବାରେ ସକ୍ଷମ ହୋଇପାରିବ । ଦେଖାଯାଉ ନୂତନ ବିଜେପି ସରକାର କି ଭଳି ପଦକ୍ଷେପ ଗ୍ରହଣ କରିବ ମୁନିଗୁଡା ଅଞ୍ଚଳବାସୀ ଅପେକ୍ଷାରେ ।
ବ୍ଲକର ଏହା ଜିଲ୍ଲାପାଳଙ୍କ ନଜରେ ଅଛିକି ନାହିଁ ତାହା ସମୟ ହିଁ କହିବ।କାରଣ ଜଣେ ସରକାରୀ ଅଧିକାରୀ ଘର ତିଆରି କଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ନିର୍ଦେଶ ନାମା ଦିଆଯାଇଥାଏ । କିନ୍ତୁ ଜେଇ ଏହା କରିନାହାନ୍ତି । କୋଟି କୋଟି ଟଙ୍କା ଲୁଟି ନେଇ ବିଳାସ ପୂର୍ଣ୍ଣ କୋଠା ର ତଦନ୍ତ ଦାବି କରିଛନ୍ତି ପାତ୍ରଗୁଡା ପଞ୍ଚାୟତ ବାସୀ । ଏବଂ ପଞ୍ଚାୟତ ପୂର୍ବଦିନ ର ଦୁର୍ନୀତି କାର ତଦନ୍ତ ବାଟମାରଣା ହୋଇଥିବାରୁ ଆଗାମୀ ଦିନରେ ବ୍ଳକ ଘେରାଉ ଚେତାବନୀ ଦେଇଛନ୍ତି ।