କାଶୀନଗର(୨୫/୩-ଆପ୍ର): ଆଜି କାଶୀନଗର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଏକ ବିରାଟ ଅବସର ସମ୍ବର୍ଦ୍ଧନା ଦିଆଯାଇଛି | ଆଜି ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ୧୩ ଜନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ବିଦାୟ ଦିଆଯାଇଛି |
ଆଜିର ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସମାଜ ଆୟୋଜନ କରିଥିଲେ | ଏହି ସମାରୋହରେ ବି ଇ ଓ ବୀରେନ୍ଦ୍ର ମଣ୍ଡଳ, ବିଡ଼ିଓ ଦମ୍ବୁରୁଧର ମଲ୍ଲିକ, ଅତିରିକ୍ତ ଶିକ୍ଷା ଅଧିକାରୀ ନର୍ମଦା ଦାସ, ପୂର୍ବତନ ବି ଇ ଓ ହୃଷିକେଶ ବିଶ୍ୱାଳ ଯୋଗ ଦେଇଥିଲେ | ଅବସର ନେଇଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଉପଢୌକନ ଓ ମାନପତ୍ର ଦେଇଥିଲେ |