ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, (୨୩/୧) : ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଜୟନ୍ତି ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ନିକଟରେ ପାଳିତ ହୋଇ ଯାଇଛି ।
ଭାରତମାଁ ମାଟି ର ବର ପୂତ୍ର ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ୧୨୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ଅସିମ ତ୍ୟାଗ ଓ ବିରତ୍ୱ ର ପ୍ରତିକ ଦୁଇ ସଂଗ୍ରାମୀ ଙ୍କ ଜନ୍ମଜୟନ୍ତୀ ପାଳନ ସହ ସ୍ମୃତି ଚାରଣ କରାଯାଇଛି । ଭବାନୀ ପ୍ରସାଦ ଷଡ଼ଙ୍ଗୀ ଙ୍କ ନେତୃତ୍ବରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ର ପୂର୍ବତନ ନଗରପାଳ ଶ୍ରୀ ଶୁଭ୍ରାଂଶୁ ଦାସ, ସମ୍ମାନିତ ଅତିଥି ଭାବେ ଶ୍ରୀ ସନ୍ତୋଷ କେଜ୍ରିୱାଲ, ଶ୍ରୀ ଟିକେଲାଲ୍ ବେହେରା, ଟିଟିଲାଗଡ଼ ଆର୍ ଆଇ ଶ୍ରୀ ଖୁସି ସଙ୍କର ସାହୁ, ସମାଜ ସେବୀ ଶ୍ରୀ ହିଫ୍ ଜୁଲ୍ ରେହେମାନ୍, ରକ୍ତଦାତା ସଂଘ ସଭାପତି ଶ୍ରୀ ବନମାଳୀ ବେହେରା, ଯୁବ ସାମ୍ବାଦିକ ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ, ଓଡ଼ିଶା ଯର୍ନାଲିଷ୍ଟ୍ ୟୁନିୟନର ଉପସଭାପତି ଶ୍ରୀ ସଞ୍ଜୟ କୁମାର ବେହେରା, ସମାଜ ସେବୀ ତଥା ସାମ୍ବାଦିକ ଶ୍ରୀ ସନ୍ତୋଷ କୁମାର ନାୟକ, ବରିଷ୍ଠ ବୁଦ୍ଧିଜିବୀ ଶ୍ରୀ ଗୌରହରି ବେହେରା, ଶ୍ରୀ ବଳରାମ ସାହୁ , ଶ୍ରୀ ଅନ୍ତର୍ଯ୍ୟାମୀ ସାହୁ, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ, ଶ୍ରୀ ସ୍ବଦେଶ ଚୌଧୁରୀ, ଶ୍ରୀ କୃଷ୍ଣ ଚନ୍ଦ୍ର ବିଶି ତଥା ଅନେକ ସମାଜସେବୀ ଅନୁଷ୍ଠାନ ର ସଦସ୍ୟ ଉକ୍ତ ଜନ୍ମଜୟନ୍ତୀ ରେ ଉପସ୍ଥିତ ଥିଲେ ।