ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୧୯/୦୮) : ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ପାରିଆଉଡା ଛକ ନିକଟରେ ଅଘଟଣ । ବିଲରେ ବାଇକ୍ ସହ ପଡ଼ିଛି ଦୁଇ ମୃତଦେହ ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ କିଛି ସ୍ଥାନୀୟ ଲୋକ ବିଲ ପାଖ ଦେଇ ଯାଉଥିବାବେଳେ ବିଲରେ ଦୁଇ ବ୍ୟକ୍ତିଙ୍କ ମୃତଦେହ ସହ ଏକ ବାଇକ୍ ପଡିଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକ ତୁରନ୍ତ ଏ ନେଇ ପୁଲିସକୁ ଜଣାଇଥିଲେ । ପରେ ପୁଲିସ୍ ଏବଂ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ପୁଲିସ୍ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି ।