ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୮/୧୨) : ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଲ ମଝିରେ ଜଳିଗଲେ ଚାଷୀ । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ବାଲିଗାଁ ନରସିଂହପୁର ଗାଁ ୧୨ ନମ୍ବର ଓ୍ଵାର୍ଡରେ ।
ମୃତ ଚାଷୀ ଜଣଙ୍କ ହେଲେ ପ୍ରମୋଦ ଦାସ । ପ୍ରମୋଦଙ୍କ ବିଲ ଦେଇ ୧୧ କେଭି ତାର ଯାଇଥିଲା। ଆଜି ସକାଳେ ପ୍ରମୋଦ ବିଲକୁ ଯାଇଥିବା ବେଳେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ବିଲ ମଝିରେ ସେ ଜଳିଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ପ୍ରମୋଦ ଜଳିଯାଇଥିଲେ । ପ୍ରମୋଦଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ବିଜୁଳି ବିଭାଗର ଖାମ ଖିଆଲି ନୀତି ପାଇଁ ପ୍ରମୋଦଙ୍କ ଜୀବନ ଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ମୃତ ଚାଷୀଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଦାବି କରି ଇଲେକ୍ଟ୍ରି ଅଫିସ ସମ୍ମୁଖ ଗ୍ରାମବାସୀମାନେ ପ୍ରତିବାଦ କରିଛନ୍ତି ।