ଜଗତସିଂହପୁର, (୦୬/୦୫) : ଆପ୍ର. : ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି । ଜଗତସିଂହପୁର ଜିଲ୍ଲା ଅଳା ଗ୍ରାମପଞ୍ଚାୟତର କବିରପାଟଣା ଗାଁ’ରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାମୁତାବକ ଗତ ବିଳମ୍ବିତ ରାତି ପ୍ରାୟ ୩ ଟା ସମୟରେ, ଜ୍ଞାନ ରଞ୍ଜନ ସାହୁଙ୍କ ଘରେ ପଶି ଦୁର୍ବୁତ୍ତମାନେ ଆଲମାରୀ ଭାଙ୍ଗି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଇଛନ୍ତି । ଆଜି ସକାଳୁ ପରିବାର ଲୋକେ ଘର ଭିତରେ ଚୋରି ହୋଇଥିବା ଦେଖିଲା ପରେ ଜଗତସିଂହପୁର ଥାନାକୁ ଖବର ଦେଇଥିଲେ । ପରେ ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।