ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୦/୦୨) : ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱାରୀ ଶୁଭେଚ୍ଛା ଜଣାଇ ସମ୍ବର୍ଦ୍ଦିତ କଲେ ଖୋ ଖୋ ବିଶ୍ୱକପ ବିଜେତା ମଗାଇ ମାଝୀଙ୍କୁ ।
ଭାରତୀୟ ମହିଳା ଖୋ ଖୋ ଦଳ ଇତିହାସ ରଚିଛନ୍ତି ମଗାଇ । ନୂଆଦିଲ୍ଲୀର ସ୍ଥାନୀୟ ଇନ୍ଦିରା ଗାନ୍ଧି ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ପ୍ରଥମ ବିଶ୍ବକପ୍ର ଉଭୟ ପୁରୁଷ ଓ ମହିଳାରେ ଆୟୋଜକ ଭାରତ ବିଜେତା ହୋଇଛି । ଫଳରେ ସାରା ଦେଶରେ ଖୁସିର ଲହରି ଖେଳି ଯାଇଛି । ଫାଇନାଲ୍ରେ ନେପାଳକୁ ହରାଇ ଏହି ସଫଳତା ପାଇଛି ଭାରତୀୟ ଖୋ ଖୋ ଦଳ । ଭାରତୀୟ ମହିଳା ଦଳରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ମାଗାଇ ମାଝୀ ସାମିଲ ହୋଇଥିଲେ । ଆଜି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ମଗାଇ ମlଝିଙ୍କୁ ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଦିତ କରିଥିଲେ ଓ ଆଗାମୀ ଭବିଷ୍ୟତ ନିମନ୍ତେ ମଙ୍ଗଳ କାମନା କରିଥିଲେ l ରାୟଗଡା ଭଳି ଉପାନ୍ତ ଜିଲ୍ଲା କାଶୀପୁର ବ୍ଲକର ଜଣେ ଝିଅ ଖୋ ଖୋ ଖେଳି ଭାରତୀୟ ମହିଳା ଦଳରେ ସାମିଲ ହୋଇ ପ୍ରଥମ ବିଶ୍ୱକପରେ ଖେଳିଥିଲେ । ସେ ଦେଶ, ରାଜ୍ୟ ଏବଂ ଆମ ଜିଲ୍ଲାକୁ ଗୌରଵାନ୍ୱିତ କରିଥିବାରୁ ଅଭିନନ୍ଦନୀୟ ବୋଲି ଜିଲ୍ଲାପାଳ କହିଛନ୍ତି ।
ସୁଶ୍ରୀ ମlଗାଇ ମାଝୀ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ କସନାଦରା ଗ୍ରାମର ଦାମୁ ମାଝୀ ଏବଂ ବୁଧବାରୀ ମାଝୀଙ୍କ ଝିଅ ମାଗାଇ । ସେ ଭୁବନେଶ୍ବର ସ୍ଥିତ କିସ୍ ବିଶ୍ବ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସହ ଖୋଖୋ ଖେଳର ପ୍ରଶିକ୍ଷଣ ନେଉଥିଲେ । ଫଳରେ ଦୀର୍ଘ ବର୍ଷର ସଂଘର୍ଷ ପରେ ଖୋ ଖୋ ଭାରତୀୟ ଦଳରେ ଖେଳିବା ସହ ବିଶ୍ବଦରବାରରେ ସୁନାମ ଅର୍ଜନ କରିଛନ୍ତି। କଠିନ ପରିଶ୍ରମ ହିଁ ସଫଳତା ଦେଇଥାଏ ବୋଲି ଖେଳାଳି ମlଗାଇ ମାଝୀ କହିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ ଓ ଗଣମାଧ୍ୟମ ପ୍ରତନିଧି ଉପସ୍ଥିତ ଥିଲେ l