32.9 C
Balāngīr
Friday, April 25, 2025

ବିଶ୍ଵହିନ୍ଦୁ ପରିଷଦର ବିଭାଗ ବୈଠକ

Must read

ରାୟଗଡା, (୨୯/୦୩) : ଆ.ପ୍ର. : ସହରସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ସମ୍ମିଳନୀ କକ୍ଷରେ ବିଶ୍ବହିନ୍ଦୁ ପରିଷଦର ପଶ୍ଚିମ ପ୍ରାନ୍ତ ବିଭାଗ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।WhatsApp Image 2025 03 28 at 19.25.22 ବିଶ୍ଵହିନ୍ଦୁ ପରିଷଦର ବିଭାଗ ବୈଠକ

ଉକ୍ତ ବୈଠକରେ କେନ୍ଦ୍ରୀୟ ବେଦ ବିଦ୍ୟାଳୟ ପ୍ରମୁଖ ହରି ଶଙ୍କରଜୀ, ପଶ୍ଚିମ ପ୍ରାନ୍ତ ସଂପାଦକ ଭକ୍ତ ଚରଣ ସାହୂ, ସତ୍ୟ ନାରାୟଣ ଥାନାପତି, ପଶ୍ଚିମ ପ୍ରାନ୍ତ ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ସୁଦର୍ଶନ ବାବା, ବିଶ୍ବ ହିନ୍ଦୁ ପରିଷଦର ପଶ୍ଚିମ ପ୍ରାନ୍ତ ସଭାପତି ପ୍ରଫୁଲ୍ଲ କୁମାର ପାତ୍ର, ବିଶ୍ବ କଲ୍ୟାଣ ସାଧନା ସମିତି ଜଗିଶ୍ରୀ ଚୈତନ୍ୟ ରାମଜୀ ଙ୍କ ସମେତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ମୁଖ୍ୟ ପରିଚାଳନା ନିର୍ଦ୍ଧେଶକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଶ୍ବ ହିନ୍ଦୁ ପରିଷଦ ସଂଘଠନର ଅଭିବୃଦ୍ଧି ଓ ଜିଲ୍ଲାରେ ସଂଗଠନକୁ ସଂଘଠୀତ କରିବା, ଦେଶ ହିତରେ ରାଜ୍ୟର ସ୍ବାର୍ଥ ପାଇଁ ଓ ନିଜ ନିଜ ପ୍ରାନ୍ତରେ ମନ୍ଦିର ମଠର ବିକାଶ କରିବା ନିମନ୍ତେ ଆଗକୁ ବଢିଵା। ସେ ନେଇ ଏକ ପ୍ରକାର ବିସ୍ତୃତ ଆଲୋଚନା ହୋଇଥିଲା ।

ଜିଲ୍ଲାରେ ସଂଘଠନକୁ ମଜବୁତ କରିବା ସହ କାର୍ଯ୍ଯକର୍ତ୍ତା ମାନଙ୍କ ଉତ୍ସାହ ବଢ଼ାଇବା ନିମନ୍ତେ, ଜିଲ୍ଲା କାର୍ଯ୍ୟ ସମିତିର ଘୋଷଣା କରାଯାଇଅଛି। ଆଗାମୀ ଦିନରେ ସଂଗଠନର କାର୍ଯ୍ୟକୁ ପଂଚାୟତ ଓ ଗ୍ରାମ ସ୍ତରରେ ପହଞ୍ଚାଇବା ସହ ବିଶ୍ବହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଭାବନା ଜାଗ୍ରତ କରିବା ମୁଖ୍ୟ ଉଦ୍ଧେଶ୍ୟ ରହିବ। ଏହି ପରିପେକ୍ଷୀରେ ମାତୃଶକ୍ତି ପ୍ରଶିକ୍ଷଣ ଶିବିର ଆଗାମୀ ଜୁନ୍ ୧୨ ତାରିଖରୁ ୧୪ ତାରିଖ ପର୍ୟ୍ୟନ୍ତ କରାଯିବ। ସେହିପରି ବଜରଙ୍ଗ ଦଳର ପ୍ରଶିକ୍ଷଣ ଶିବିର ଜୁନ୍ ମାସ ୩ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ କରାଯିବ।

ଜିଲ୍ଲାରେ ଚାଲିଥିବା ସତସଙ୍ଗ ପ୍ରଶିକ୍ଷଣ ଶିବିର ଆଗାମୀ ଜୁନ୍ ୨ ତାରିଖରୁ ୩ତାରିଖ ରେ କରାଯିବା ନେଇ ସୂଚନା ଦେଇଛନ୍ତି । ମେ ମାସ ୨୦ ତାରିଖରୁ ୩୦ ତାରିଖ ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହେବ। ସେହିଭଳି ଦୁର୍ଗା ବାହିନୀର ମେ ମାସ ୬ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ରେ କରାଯିବା ନେଇ ଆଲୋଚନା ଓ ନିଷ୍ପତି ହୋଇଛି।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...