32.9 C
Balāngīr
Thursday, June 12, 2025

ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ ନିଶାଦ୍ରବ୍ୟ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ସଚେତନତା ଅଭିଯାନର ଆରମ୍ଭ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ସୁବର୍ଣ୍ଣପୁର , (୩୧/୦୫): ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ ଓଡିଶାରେ ନିଶାଦ୍ରବ୍ୟ, ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ଗଣସଚେତନତା ଅଭିଯାନ ଆରମ୍ଭ ହୋଇଛି ।67cdc7cf ec8b 4449 97d0 d45c1f55f607 ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ ନିଶାଦ୍ରବ୍ୟ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ସଚେତନତା ଅଭିଯାନର ଆରମ୍ଭ

ଏହି ଅଭିଯାନର ଆଧିକାରିକ ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଲୋକସେବା ଭବନ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନ ଓଡିଶାରେ ସ୍ୱାସ୍ଥ୍ୟ ସଚେତନତାକୁ ବଢ଼ାଇବା ସହ ଏକ ସୁସ୍ଥ, ନିରୋଗ, କର୍ମଠ ଓ ବିକାଶଶୀଳ ଓଡିଶା ଗଠନ ପାଇଁ ଏକ ଦୃଢ଼ ପଦକ୍ଷେପ। ଆମ ସଂକଳ୍ପ “ନିଶା ନୁହେଁ, ଜୀବନ !” ବାର୍ତ୍ତାକୁ ଲୋକମାନଙ୍କ ମନରେ ସ୍ଥାନ ଦେଇ ସକାରାତ୍ମକ ପରିବର୍ତ୍ତନ ଆଣିବା ଏହି ଅଭିଯାନ ର ମୁଖ୍ୟ ଉଦ୍ଦେଶ୍ୟ। ଅବକାରୀ ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଏହି ମହତ୍ୱକାଂକ୍ଷୀ ଲୋକାର୍ପଣ ଆଭାସୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ, ବନଖଣ୍ଡ ଅଧିକାରୀ ମଦନ ଲାଲ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା, ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ସଂସ୍କୃତି ବିଭାଗ ତଥା ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ee168724 ef72 4c7b af64 5ede6ccb3ec7 ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ ନିଶାଦ୍ରବ୍ୟ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ସଚେତନତା ଅଭିଯାନର ଆରମ୍ଭ

ଏହି ଅଭିଯାନକୁ ଚାରିଟି ପର୍ଯ୍ୟାୟରେ ଆୟୋଜିତ କରାଯିବାକୁ ଯୋଜନା ରହିଛି। ପ୍ରଥମ ପର୍ଯ୍ୟାୟ ଆସନ୍ତା ଜୁନ ୧ରୁ ୨୬ ଜୁନ ୨୦୨୫ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ବିଭିନ୍ନ ସ୍ଥାନରେ ମିଳିତ ଭାବେ ସଚେତନତା କାର୍ଯ୍ୟକ୍ରମ ଚାଲିବ। ଏହି ଅଭିଯାନର ଲକ୍ଷ୍ୟ ଜନମାନସରେ ଏକ ନୂତନ ଚେତନା ଜାଗ୍ରତ ସହ ନିଶାଦ୍ରବ୍ୟ ବିରୋଧରେ ଏକ ଅବିରତ ଲଢ଼ାଇର ସୂତ୍ରପାତ କରିବ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...