32.9 C
Balāngīr
Sunday, July 20, 2025

ବିଶ୍ୱ ମତ୍ସ୍ୟ ପାଳନ ଦିବସ ଉପଲକ୍ଷେ ଆସନ୍ତା କାଲି ଭୁବନେଶ୍ୱରରେ ଆୟୋଜିତ ହେବ ସମାରୋହ

Must read

ରିପୋର୍ଟ : ଦେବଦତ୍ତ ରଥ
ନୂଆଦିଲ୍ଲୀ/ଭୁବନେଶ୍ୱର,(୨୧/୧୧) : ଭାରତ ସରକାରଙ୍କ ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରୀ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟପାଳନ ବିଭାଗ ଏବଂ ଜାତୀୟ ମତ୍ସ୍ୟ ପାଳନ ବିକାଶ ବୋର୍ଡ ପକ୍ଷରୁ ୨୧ ନଭେମ୍ବର ୨୦୨୧ରେ ଭୁବନେଶ୍ୱର ର ମଞ୍ଚେଶ୍ୱର ସ୍ଥିତ ରେଳ ଅଡିଟୋରିୟମ ରେ ‘ବିଶ୍ୱ ମତ୍ସ୍ୟପାଳନ ଦିବସ’ ସମାରୋହ ପାଳନ କରାଯିବ ।

ବିଶ୍ୱ ମତ୍ସ୍ୟ ପାଳନ ଦିବସ ଉପଲକ୍ଷେ ମାନ୍ୟବର କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରୀ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା, କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରୀ ରାଷ୍ଟ୍ର ମନ୍ତ୍ରୀ ଡ. ଏଲ ମୁରୁଗାନ, ମତ୍ସ୍ୟପାଳନ ସଚିବ ଜତିନ୍ଦ୍ର ନାଥ ସ୍ୱାଇଁ, ଏନଏଫଡିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ସି ସୁବର୍ଣ୍ଣା, ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗ ଯୁଗ୍ମ ସଚିବ ସାଗର ମେହେରା, ଓଡ଼ିଶା ସରକାରଙ୍କ ମତ୍ସ୍ୟପାଳନ ବିଭାଗ କମିଶନର ତଥା ସଚିବ ଆର. ରଘୁ ପ୍ରସାଦ ପ୍ରମୁଖ ଏହି ସମାରୋହରେ ଯୋଗ ଦେବେ ।

ଓଡ଼ିଶା ସରକାରଙ୍କ ସମେତ ଅନ୍ୟ ରାଜ୍ୟର ମତ୍ସ୍ୟପାଳନ ବିଭାଗର ବରିଷ୍ଠ ଅଧିକାରୀ, ଅନ୍ୟ ସମ୍ପୃକ୍ତ ବିଭାଗ/ମନ୍ତ୍ରଣାଳୟ ର ଅଧିକାରୀ, ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟ ଚାଷୀ, ମତ୍ସ୍ୟଜୀବୀ, ଉଦ୍ୟୋଗୀ, ଅଂଶୀଦାର, ପେସାଦାର, ଅଧିକାରୀ ଏବଂ ବୈଜ୍ଞାନିକମାନେ ଏହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ ବୋଲି ଜଣାପଡ଼ିଛି ।

ଏହି କାର୍ଯ୍ୟକ୍ରମ ଅବସରରେ ଦ୍ୱିତୀୟ ଥର ପାଇଁ ମତ୍ସ୍ୟପାଳନ କ୍ଷେତ୍ରରେ ଭାରତ ସରକାର ୨୦୨୦- ୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କୁ ପୁରସ୍କୃତ କରିବେ । ଅନ୍ତର୍ଦେଶୀୟ, ସାମୁଦ୍ରିକ, ପାର୍ବତ୍ୟ ଏବଂ ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ର ବର୍ଗରେ ରାଜ୍ୟ, ଜିଲ୍ଲା ଓ ଅର୍ଦ୍ଧସରକାରୀ ସଙ୍ଗଠନ ମାନଙ୍କୁ ପୁରସ୍କୃତ କରାଯିବ । ସେହିପରି ଏହିସବୁ ବର୍ଗରେ ମତ୍ସ୍ୟ ଚାଷୀ, ଶ୍ରେଷ୍ଠ ହାଚେରୀ, ଶ୍ରେଷ୍ଠ ମତ୍ସ୍ୟପାଳନ ଉଦ୍ୟୋଗୀ, ଶ୍ରେଷ୍ଠ ମତ୍ସ୍ୟପାଳନ ସମବାୟ ସମିତି/ଏଫପିଓ, ଏଚଏଚଜି, ଶ୍ରେଷ୍ଠ ବ୍ୟକ୍ତିଗତ ଉଦ୍ୟୋଗୀ, ଶ୍ରେଷ୍ଠ ଅଭିନବ ଉପାୟ/ପ୍ରଯୁକ୍ତି/ଇନଫ୍ୟୁଜନ ଆଦିକୁ ମଧ୍ୟ ପୁରସ୍କୃତ କରାଯିବ ।

ଏହି କାର୍ଯ୍ୟକ୍ରମ ଅବସରରେ ଅପରାହ୍ଣରେ ଏକ ବୈଷୟିକ ଅଧିବେଶନ ମଧ୍ୟ ଆୟୋଜନ କରାଯିବ ଯେଉଁଥିରେ ଆଇସିଏଆର- ସିଫାର ବୈଜ୍ଞାନିକ ମାନେ ମଧ୍ୟ ଅଂଶଗ୍ରହଣ କରିବେ । ଏ ସମସ୍ତ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାରପ୍ରସାର ଲାଗି ଲାଇଭ୍ ଟେଲିକାଷ୍ଟ କରାଯିବ । ଭାରତ ସରକାର ନୀଳ ବିପ୍ଳବ ଜରିଆରେ ଆର୍ଥିକ କ୍ରାନ୍ତି ଆଣିବା ଲାଗି ମତ୍ସ୍ୟପାଳନ କ୍ଷେତ୍ରର ରୂପାନ୍ତରଣ ପାଇଁ ସରକାର ସକ୍ରିୟ ଭାବେ ପ୍ରୟାସ କରୁଛନ୍ତି ।

ଏହି କ୍ଷେତ୍ରରେ ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧି, ଗୁଣବତ୍ତାରେ ସୁଧାର ଏବଂ ବର୍ଜ୍ୟ ହ୍ରାସ ଆଦି ଜରିଆରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି । ଏ କ୍ଷେତ୍ରରେ ରହିଥିବା ସମ୍ଭାବନା କୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୦୨୦ରେ “ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ) ଯୋଜନା ର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ପାଞ୍ଚ ବର୍ଷର ଅବଧି ମଧ୍ୟରେ ୨୦,୦୫୦ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।

ପିଏମଏମଏସୱାଇ ମାଧ୍ୟମରେ ମତ୍ସ୍ୟ ଉତ୍ପାଦନ କୁ ବର୍ତ୍ତମାନର ୧୫.୦ ଏମଏମଟିରୁ ୨୦୨୪- ୨୫ ସୁଦ୍ଧା ୨୨ ଏମଏମଟି ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି ଯାହାକି ଏହି କ୍ଷେତ୍ରରେ ଅତିରିକ୍ତ ୫୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ ।

ସାରା ବିଶ୍ୱରେ ଥିବା ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଏବଂ ସମ୍ପୃକ୍ତ ଅଂଶୀଦାରମାନଙ୍କ ପ୍ରତି ସମର୍ଥନ ଯୋଗାଇ ଦେବା ଲାଗି ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ବିଶ୍ୱ ମତ୍ସ୍ୟପାଳନ ଦିବସ ପାଳନ କରାଯାଇଥାଏ । ପ୍ରଥମ ଥର ପାଇଁ ୧୯୯୭ ମସିହାରେ ଏହା ଆରମ୍ଭ କରାଯାଇଥିଲା । ଏହି ସମୟରେ ନୂଆଦିଲ୍ଲୀ ଠାରେ “ମତ୍ସ୍ୟଚାଷୀ ଏବଂ ମତ୍ସ୍ୟଜୀବୀ ମାନଙ୍କର ବିଶ୍ୱ ମଞ୍ଚ”ର ବୈଠକ ଆୟୋଜନ କରାଯାଇଥିଲା । ଏଠାରେ ୧୮ ଟି ଦେଶ ର ପ୍ରତିନିଧିମାନଙ୍କୁ ନେଇ “ବିଶ୍ୱ ମତ୍ସ୍ୟ ପାଳନ ମଞ୍ଚ” ଗଠନ କରାଯାଇଥିଲା । ସେମାନେ ଦୀର୍ଘସ୍ଥାୟୀ ମତ୍ସ୍ୟଚାଷ କାର୍ଯ୍ୟ ଏବଂ ନୀତି ସପକ୍ଷରେ ଏକ ଘୋଷଣାନାମାରେ ସ୍ୱାକ୍ଷର କରିଥିଲେ ।

ଅତିଶୟ ମାଛଧରା, ବାସସ୍ଥଳୀ ଧ୍ୱଂସ ଏବଂ ଆମ ସାମୁଦ୍ରିକ ଓ ମଧୁର ଜଳ ଉତ୍ସର ଦୀର୍ଘ ସ୍ଥାୟିତ୍ୱ ପ୍ରତି ଅନ୍ୟ ଗମ୍ଭୀର ବିପଦ ପ୍ରତି ଧ୍ୟାନ ଆକର୍ଷଣ କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଦୀର୍ଘସ୍ଥାୟୀ ଭଣ୍ଡାର ଓ ସୁସ୍ଥ ପରିବେଶ ସୁନିଶ୍ଚିତ କରିବା ଲାଗି ବିଶ୍ୱ ମତ୍ସ୍ୟପାଳନ କ୍ଷେତ୍ରର ପରିଚାଳନାରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱାରୋପ କରିବା ଏହି ଦିବସ ପାଳନର ଲକ୍ଷ୍ୟ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...