ବିଷମ କଟକ, (୧୫/୪) : ଆପ୍ର. : ବିଷମ କଟକ କଲ୍ୟାଣୀ ମଣ୍ଡପ ଠାରେ ଓଡିଆ ନବ ବର୍ଷ ଏବଂ ବିଷୁବ ମିଳନ କାର୍ଯ୍ୟକ୍ରମ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ଆୟୋଜକ ଭାବେ ଶ୍ରୀ ଶ୍ରୀକାନ୍ତ କୁମାର ଭଲ୍ଲଭାଈ ଓ ପୂର୍ବତନ ବ୍ୟାଙ୍କ୍ ମ୍ୟାନେଜର ଶ୍ରୀ ଶଙ୍କର ଦାସ ନବିନ ବିକାଶ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀ ବାଳ ମୁକୁନ୍ଦ ପାଳ ଏବଂ ଅମିତ କୁମାର ପାଢ଼ୀ ଏବଂ ଜବାବ ପାଲକା ଓ ଅଞ୍ଜନ କୁମାର ସାହୁ କରିଥିବା ବେଳେ ଅତିଥି ଭାବେ ପ୍ରଧାନ ଶିକ୍ଷକ ଶ୍ରୀ ବିମଳ କୁମାର ଦାସ ଏବଂ ପ୍ରଧାନ ଶିକ୍ଷକ ଶ୍ରୀ ଅବନା ନନ୍ଧ ନାୟକ ବିଷମ କଟକ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ହେମନ୍ତ କୁମାର ଦୀପ ଯୋଗ ଦେଇଥିଲେ ଶଶି ପଟ୍ଟନାୟକ ଓ ସଦାନନ୍ଦ ପଣ୍ଡା ଏବଂ ଆଶା ରାଣୀ ମୋଠା ଓ ଗୌରୀ ଶଙ୍କର ମହାନ୍ତି ଏବଂ ଶ୍ରୀ ମତି ସପ୍ନାଗୁରୁ ଓ ଆଇସିଡି ଏସ୍ ସୁପର ଭାଈଜୋର୍ ବିନତା ମହାନ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରଶ୍ନ ଉତ୍ତର ପ୍ରତିଯୋଗିତା ମୁଖ୍ୟ ଆକର୍ଷଣ ହୋଇଥିଲା ।