32.9 C
Balāngīr
Monday, April 28, 2025

ବିଷାକ୍ତ ଖାଦ୍ୟ ଖାଇ ସ୍କୁଲ ଅନ୍ତେବାସୀ ଛାତ୍ରୀ ଗୁରୁତର

Must read

ବଲାଙ୍ଗୀର/ଖୋଲାନ, (୨୫/୦୩) : ଆ.ପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ବ୍ଲକ ଅଧିନସ୍ତ ଖୋଲାନ ଗ୍ରାମ ପଞ୍ଚାୟତର କସ୍ତୁରବା ଗାନ୍ଧି ସରକାରୀ ବିଦ୍ୟାଳୟ ତଥା ଛାତ୍ରୀ ନିବାସ ର ୨୭ ଜଣ ଅନ୍ତେବାସୀ ଛାତ୍ରୀ ମାନେ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇ ଡାକ୍ତରଖାନା ରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣା ଯାଇଛି ।

ପ୍ରକାଶ ଯେ ପ୍ରତିଦିନ ଭଳି ଛାତ୍ରୀ ନିବାସ ର ଛାତ୍ରୀ ଙ୍କୁ ମଧ୍ୟାହ୍ନ ଭୋଜନ ଖାଇ ଗୁରୁତର ଅସୁସ୍ଥ ହୋଇ ପଡ଼ି ଥିବା ଜଣା ପଡିଛି । ନିୟମିତ ଭଳି ଖାଦ୍ୟ ଖାଇବା ପରେ ଛାତ୍ରୀ ମାନେ ମୁଣ୍ଡ ବୁଲେଇବା ସହ ବାନ୍ତି କରିବା ଦେଖା ଯାଇଥିଲା। ଆକ୍ରାନ୍ତ ଙ୍କୁ ଖୋଲାନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରି ପ୍ରାରମ୍ଭିକ ଚିକିତ୍ସା ଆରମ୍ଭ କରାଯାଇ ଥିବା ବେଳେ ଆବଶ୍ୟକ ହେଲେ ବଲାଙ୍ଗୀର ଜିଲ୍ଲା ଭୀମ ଭୋଇ ମ୍ୟାଡ଼ିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତର କରା ଯିବ ବୋଲି ଡ଼ାଃ ମୀନିକେତନ କିସାନ ଜଣାଇଛନ୍ତି ।

ଉକ୍ତ ଛାତ୍ରୀ ନିବାସ ଦାୟିତ୍ଵରତ ଅଧିକାରୀଣୀ ନଳିନୀ ବେହେରା ତାଙ୍କ କୌଣସି କାର୍ଯ୍ୟରେ ବଲାଙ୍ଗୀର ଯାଉଥିବା ବେଳେ ଏଭଳି ଛାତ୍ରୀ ଙ୍କ ଅସୁସ୍ଥତା ଖବର ପାଇ ଅଧା ବାଟ ରୁ ଫେରି ଥିବା ପ୍ରକାଶ କରିବା ସହ କେଉଁ କାରଣ ରୁ ଏଭଳି ଖାଦ୍ୟ ବିଷାକ୍ତ ହେଲା ସେ ନେଇ କିଛି ସ୍ପଷ୍ଟ ଜାଣି ନ ଥିବା ପ୍ରକାଶ କରିଛନ୍ତି । ଉକ୍ତ ବିଷାକ୍ତ ଖାଦ୍ୟ ଖାଇ ଡାକ୍ତର ଖାନା ରେ ଅସୁସ୍ଥ ଛାତ୍ରୀ ଙ୍କୁ ଟିଟିଲାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଚନ୍ଦ୍ରମଣି ନାଗ ଉପସ୍ଥିତ ରହିବା ସହ ଚିକିତ୍ସା ନେଇ ତଦାରଖ କରିବା ସହ ଟିଟିଲାଗଡ ଅତିରିକ୍ତ ଶିକ୍ଷା ଅଧିକାରୀ ଅଭିରାମ ମାଝୀ ଘଟଣା ର ସବିଶେଷ ତଦନ୍ତ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକାଶ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...