32.9 C
Balāngīr
Friday, April 25, 2025

ବିଷାକ୍ତ ଜାମୁକୋଳି ଖାଇ ୫ ଶିଶୁ ଅସୁସ୍ଥ, ମୁଖ୍ୟ ଚିକିତ୍ସାଳୟର ଶିଶୁ ଭବନ ସ୍ଥାନାନ୍ତର

Must read

ନୀଳଗିରି, (୧୪/୦୪) : ଆପ୍ର. : ବିଷାକ୍ତ ଜାମୁକୋଳି ଖାଇ ୫ ଶିଶୁ ଅସୁସ୍ଥ । ବାଲେଶ୍ବର ଭୋଗରାଇ ବ୍ଲକର ଉଲୁଡ଼ା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ ।

ଉଳୁଡ଼ା ଅଞ୍ଚଳର ବୁଦ୍ଧି ପଟାଇ ନାମକ ଜଣେ ମହିଳା ବାଡ଼ିରେ ଥିବା ଜାମୁକୋଳି ଗଛରେ ପୋକ ଲାଗିବାରୁ କୀଟନାଶକ ଔଷଧ ଦେଇଥିଲେ । କିଛି ସମୟ ପରେ ପରିବାରର ଛୋଟ ଛୋଟ ପିଲା ବାଡ଼ିରେ ଖେଳୁଥିବା ବେଳେ ଭୁଲବଶତଃ ସେଇ ଗଛରୁ ଜାମୁକୋଳି ତୋଳି ଖାଇଥିଲେ । କିଛି ସମୟ ପରେ ପିଲାଙ୍କ ଦେହ ଅସୁସ୍ଥ ହୋଇଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ପିଲାମାନଙ୍କୁ କମର୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅବସ୍ଥା ବିଗିଡ଼ିବାରୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଭବନକୁ ପଠଯାଇଛି । ଚିକିତ୍ସା ପରେ ପିଲାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଛି ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...