32.9 C
Balāngīr
Saturday, April 26, 2025

ବିହାର କୁ ୪-୧ ଗୋଲ ରେ ହରାଇ ଭୁବନେଶ୍ବର ଜଗା ୟୁନାଇଟେଡ ଦଳ ସେମିରେ ପ୍ରବେଶ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୭/୦୨) : ୧୬ ତମ ରାମଧୁନ କପ ସର୍ବ ଭାରତୀୟ ଫୂଟବଲ ଚାମ୍ପିୟନସିପ – ୨୦୨୫ ଗାନ୍ଧୀ ଷ୍ଟାଡିୟମ ସୁବର୍ଣ୍ଣପୁର ଠାରେ ଦ୍ଵିତୀୟ ମ୍ୟାଚ ବିହାର ଦଳ ଓ ଭୁବନେଶ୍ଵର ଜଗା ୟୁନାଇଟେଡ ମଧ୍ୟରେ ଅନୁଷ୍ଟିତ ହୋଇ ଯାଇଛି l

ମୁଖ୍ୟ ଅତିଥି ଭାବରେ ସୋନପୁର ଏସ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ଆଜିର ମ୍ୟାଚ୍ କୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସୋନପୁର ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ୠଷି ମାଝୀ, ବକ୍ସର ବିହାର ଦଳ ର ଫ୍ରାଞ୍ଚାଇଜ୍ ଚନ୍ଦ୍ରମା ମୋଟର୍ସ ପ୍ରୋପାଇଟର ପ୍ରଶାନ୍ତ ବାବୁ, ଭୁବନେଶ୍ଵର ଜଗା ୟୁନାଇଟେଡ ଦଳ ର ଫ୍ରାଞ୍ଚାଇଜ୍ ବଗଳା ଜ୍ୱେଲର୍ସ ପ୍ରୋପାଇଟର ରୁପେଶ ଅଗ୍ରୱାଲା, ଟ୍ରାକ୍ଟର ଅସୋସିଏସନ୍ ସଭାପତି କୋଶୋଳେଶ୍ୱର ବହିଦାର, ଉପଦେଷ୍ଟା ବୈକୁଣ୍ଠ ଶତପଥି, ଭେଟେରାନ ଫୁଟବଲର ଆଶାରାମ ନାଏକ, ସରୋଜ ଦାଶ, ମନୋଜ୍ ବାଗ, ବିଶ୍ଵାମିତ୍ର ନାଏକ୍, ତ୍ରିଲୋଚନ ଷlଣ୍ଢ, ବାବୁଲା ବେବର୍ତ୍ତା, ପୁରୋଷୋତ୍ତମ୍ ପାଣିଗ୍ରାହି ଯୋଗ ଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ l

ଆଜିର ଖେଳ କୁ ମୁଖ୍ୟ ରେଫରୀ ଭାବେ ସୁବ୍ରତ ପୁରୋହିତ ପରିଚାଳନା କରିଥିବା ବେଳେ ସୁଜିତ୍ ରାଜହଂସ, ଜିତୁ ପାତ୍ର ଲାଇନ୍ସ ମ୍ୟାନ ଓ ଫୋର୍ଥ ଅଫିସିଆଲ୍ ଭାବେ ସଞ୍ଜୀବ ସାହୁ ସହଯୋଗ କରିଥିଲେ l ପ୍ରବୁଦତ୍ତ କୁମ୍ଭାର୍ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଭୁବନେଶ୍ଵର ଜଗା ୟୁନାଇଟେଡ ଦଳ ର ରକୀ ଓରାମ ଙ୍କୁ ପୁରସ୍କୃତ କରା ଯାଇଛି l କ୍ଲବ୍ ସଂପାଦକ ପୀୟୂଷ ପଣ୍ଡା ଙ୍କ ତାତ୍ଵା ବଧlନ ରେ ଅନୁଷ୍ଟିତ ସଭା କୁ ବିକାଶ ପଣ୍ଡା ସଂଯୋଜନା କରିଥିବା ବେଳେ ମନୋରଞ୍ଜନ ତ୍ରୀପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ l ହଜାର ଦର୍ଶକ ଖେଳ କୁ ଉପଭୋଗ କରିଥିବା ବେଳେ ସୁବର୍ଣ୍ଣପୁର ର ସମସ୍ତ ଫୂଟବଲ ପ୍ରେମୀ ଓ ରାମଧୁନ କ୍ଲବ ମଝିପଡ଼ା ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...