ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୮) : ଆଜି ସକାଳେ କାଶୀନଗର ବ୍ଲକର ବୁଦୁରା ଗ୍ରାମ ପଂଚାୟତ ର ସରପଞ୍ଚ ଙ୍କ ଦେହାନ୍ତ ହୋଇଯାଇଛି ।
ବୁଦୁରା ଗ୍ରାମ ର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମିଶ୍ର ଙ୍କ ବଡ଼ ପୁଅ ତଥା ବର୍ତମାନ ର ସରପଞ୍ଚ ଥିବା ସଞ୍ଜୟ ମିଶ୍ର ଙ୍କ ଦେହାନ୍ତ ହୋଇଯାଇଛି । ଗତ ସାଧାରଣ ନିର୍ବାଚନ ବେଳ ଠାରୁ ମିଶ୍ର ଙ୍କ ଯକୃତ ଜନିତ ରୋଗ ରେ ପୀଡିତ ହୋଇ ଭୁବେନେଶ୍ୱର ର ଏକ ଘୋରେଇ ହସ୍ପିଟାଲ ରେ ଚିକିତ୍ସା ହୋଇ ଏବେ କିଛିଦିନ ହେଲା ଘରକୁ ଫେରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା । ସେ ବୁଦୁରା ପଂଚାୟତ ରେ ଜଣେ ଜନ ଆଦୃତ ନେତା ହୋଇପାରିଥିଲେ । ମୃତ୍ୟୁ ଶଯ୍ୟା ନିକଟ ରେ ତାଙ୍କ ସ୍ତ୍ରୀ, ଓ ପିଲାମାନେ ରହୁଥିଲେ ।
ତାଙ୍କ ମୃତ୍ୟୁ ରେ ବୁଦୁରା ପଂଚାୟତ ରେ ଶୋକ ର ଛାୟା ଖେଳି ଯାଇଛି । କାଶୀନଗର ବ୍ଲକ ଅଧ୍ୟାକ୍ଷା ଶ୍ରୀମତୀ ବାଲା ସାୟାମ୍ମା, ଜିଲ୍ଲାପରିଷଦ ଅଧ୍ୟାକ୍ଷା ଗାଵରା ତିରୁପତି ରାଓ, ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀ, ହାଇଟେକ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ବ୍ଲକ ବିଜେଡ଼ି ଅଧ୍ୟକ୍ଷ ଏସ. ଲୋକନାଥ, ଖାରଡ଼ା ସରପଞ୍ଚ ଅଖିଳ ପାତ୍ର, ସୀତାପୁର ସରପଞ୍ଚ କେ. ତେଜେଶ୍ୱର ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।