ଗୁଣପୁର, (୨/୬) : ଆପ୍ର. : ଆଜି ଗୁଣପୁର ବ୍ଲକ ଅନ୍ତର୍ଗତ ଚାଲକମ୍ବା ପଞ୍ଚାୟତର ପୋଢସିଂ ଗ୍ରାମରେ ବୌଦ୍ଧଧର୍ମ ଗୁରୁ ବୌଦ୍ଧଚାର୍ଯ୍ୟ ପ୍ରଶାନ୍ତ ବୌଦ୍ଧଙ୍କ ଦ୍ଵାରା ଅନେକ ଲୋକ ଧର୍ମ ଦୀକ୍ଷା ନେଇ ନିଜ ପୁରୁଣା ଧର୍ମକୁ ତ୍ୟାଗକରି ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।
ସେମାନଙ୍କ ମଧ୍ୟରୁ ଚନ୍ଦନ ବେବର୍ତ୍ତା, ନନ୍ଦିନୀ ବେବର୍ତ୍ତା, ଚନ୍ଦୁ ଲାଲ ବେବର୍ତ୍ତା ,ସସ୍ମିତା ମିଶାଲ, ଧନେଶ୍ଵର ଜେନା, କନ୍ଧମାଳ ଜିଲ୍ଲାରୁ ସ୍ଵାଧୀନ ସାହାଣୀ ଏବଂ ତାଙ୍କ ଧର୍ମପତ୍ନୀ ଜ୍ୟୋସ୍ନା ବେହେରା ଓ ଗଜପତିରୁ ସୁଶାନ୍ତ ପ୍ରଧାନ ଏମାନେ ସବୁ ବିଭିନ୍ନ ସ୍ଥାନରୁ ଆସିଥିଲେ ଏବଂ ଅନେକ ଉପାସକ ଓ ଉପସିକା ଏହି ଦୀକ୍ଷା ସମାରୋହରେ ଉପସ୍ଥିତ ରହି ଦୀକ୍ଷା ଗ୍ରହଣ କରିଥିଲେ ।
ନେସନାଲ ଏବଂ ଇଣ୍ଟରନେସନାଲ ବୁଦ୍ଧୀଷ୍ଟ ସୋସାଇଟି, ଶାଖା ଗୋଲମୁଣ୍ଡା, ଓଡ଼ିଶା,ସଭାପତି କାହ୍ନୁ ଚରଣ ଲିମାଙ୍କ ସହଯୋଗରେ ଏହି ଦୀକ୍ଷା ସମାରୋହ ଆୟୋଜିତ ହୋଇଥିଲା । ଏହି ନୂତନ ବୌଦ୍ଧ ଉପାସକ ମାନେ ବୁଦ୍ଧଙ୍କ ବନ୍ଦନା, ତ୍ରିଶରଣ, ପାଞ୍ଚଶିଲ, ବୁଦ୍ଧ ପୂଜା, ଧର୍ମ ଓ ସଂଘ ଗାଥା କରି,ଏହି ନୂଆ ଜୀବନ କୁ କେବଳ ମାନବ ସେବାରେ କଟେଇବା ପାଇଁ ଶପଥ ନେଇଥିଲେ ।