32.9 C
Balāngīr
Friday, June 13, 2025

ବୃକ୍ଷରୋପଣ କରି ପାଳିଲେ ବାପାଙ୍କ ବାର୍ଷିକ ଶ୍ରାଦ୍ଧ ଦିବସ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୮/୦୮) : ସୋନପୁର ସହର ପଟାଭାଡ଼ି ର ବାସିନ୍ଦା ତଥା ପଟାଭାଡି ସ୍ଥିତ ଲୋକନାଥ ମନ୍ଦିର ପରିଚାଳନା କମିଟି ର ସଭାପତି ଗୌରୀଶଙ୍କର ପାତ୍ର ଏକ ନିଆରା ଢଙ୍ଗରେ ବାପାଙ୍କ ଶ୍ରାଦ୍ଧ ଦିବସ କୁ ପାଳନ କରିଛନ୍ତି ।

ବୃକ୍ଷରୋପଣ କରି ପାଳିଲେ ବାପାଙ୍କ ବାର୍ଷିକ ଶ୍ରାଦ୍ଧ ଦିବସ । ପରିବେଶ ର ସୁରକ୍ଷା ପାଇଁ ସମସ୍ତଙ୍କୁ ବୃକ୍ଷ ହିଁ ଜୀବନ ବାର୍ତ୍ତା ଦେଇ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଗୋଟିଏ ଗୋଟିଏ ଗଛ ଲଗେଇବା ପାଇଁ ଅନୁରୋଧ କରିବା ସହିତ ନିଜେ ପରିବାର ଓ ମନ୍ଦିର ପରିଚାଳନା କମିଟି ର ସଦସ୍ୟ ଙ୍କ ସହିତ ମିଶି ମନ୍ଦିର ପରିସର ରେ ଅନେକ ପ୍ରକାରର ଔଷଧୀୟ ଓ ବିଭିନ୍ନ ଫୁଲ ଗଛ ରୋପଣ କରିଥିଲେ ଓ ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ପାଲଟିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମନ୍ଦିର କମିଟି ସଭାପତି ଗୌରୀଶଙ୍କର ପାତ୍ର, ପୁଅ ପୁରୁଷୋତ୍ତମ ପାତ୍ର (ପୁଲିସ କର୍ମଚାରୀ) ଙ୍କ ସହିତ ପରିବାର ର ଅନ୍ୟ ସଦସ୍ୟ ଏବଂ ମନ୍ଦିର ପୂଜକ ଦୟାନିଧି ବିଶି, ଶନି ମନ୍ଦିର ପୂଜକ ଅମରେଶ ପାଣିଗ୍ରାହୀ, ପ୍ରମୋଦ ପାତ୍ର, ଅଶୋକ କୁମାର ପଟ୍ଟନାୟକ,ଶଙ୍କର୍ଷଣ ମେହେର, ଦୁଃଖିରାମ ମିଶ୍ର, ଲୋଚନ ପ୍ରଧାନ, ତରୁଣ ମିଶ୍ର , ସଦାନନ୍ଦ ପାତ୍ର, ଦିଲ୍ଲୀପ ପାତ୍ର ପ୍ରମୁଖ ବୃକ୍ଷ ରୋପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...