ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋଇଡ଼ା, (୦୩/୦୧) : ବରସୁଆଁ ରେଞ୍ଜ ବନ୍ଦଲ ଗାଁ ନିକଟ ଜଙ୍ଗଲରେ ଅଘଟଣ। କାମ ସାରି ଘରକୁ ଫେରିବାବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ । ଜଙ୍ଗଲ ରାସ୍ତା ପାର ହେଲାବେଳେ ହାତୀ ଆକ୍ରମଣରେ ବୃଦ୍ଧ ମୃତ ।
ମୃତକ ବନ୍ଦଲ ଗାଁର ୫୫ ବର୍ଷୀୟ ବିଠଲ ନାୟକ। କ୍ଷତିପୂରଣ ଦାବିରେ ମୃତଦେହ ଛାଡୁନାହାନ୍ତି ଲୋକେ । ମିଳିଥିବା ସୂଚନା ଅନୁଯାୟୀ ବିଠଲ ଗତକାଲି ନିଜର ଜଣେ ସାଥିଙ୍କ ସହ ରେଙ୍ଗମା ଗାଁ’କୁ ଯାଇଥିଲେ । ସେଠାରୁ କାମ ସାରି ରାତିରେ ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ ଏବଂ ଦନ୍ତା ତାଙ୍କୁ ଗୋଡ଼ାଇ ଗୋଡ଼ାଇ କଚାଡ଼ି ମାରିଦେଇଥିଲା । ଖବର ପାଇ ଗ୍ରାମବାସୀ ଓ ବନ ବିଭାଗ ଅଧିକାରୀ ଜଙ୍ଗଲରେ ପହଞ୍ଚିଥିଲେ । ଉକ୍ତ ଦନ୍ତା ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୩୦ରୁ ଅଧିକ ଜଣଙ୍କ ଜୀବନ ନେଇଛି । ଏହି ଦାନ୍ତ ଆକ୍ରମଣରେ ୫୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ତେଣୁ ତୁରନ୍ତ ବିଠଲଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ ଉକ୍ତ ହାତୀକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ସ୍ଥାନାନ୍ତର ଦାବି କରିଛନ୍ତି ଗ୍ରାମବାସୀ । ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମୃତଦେହ ଛାଡ଼ିବେନି ବୋଲି ନିଜ ଜିଦ୍ରେ ଗ୍ରାମବାସୀ ଅଡ଼ି ରହିଛନ୍ତି ।