ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁବର୍ଣ୍ଣପୁର, (୨୧/୧୨) : ରେଲୱେ ଟ୍ରାକ୍ ପାର ହେବାବେଳେ ବୃଦ୍ଧାଙ୍କ ଉପରେ ଚଢ଼ିଗଲା ପାସେଞ୍ଜର ଟ୍ରେନ୍ । ସୁବର୍ଣ୍ଣପୁର ଜିଲ୍ଲା ନରସିଂହଗଡ଼ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ମୃତ ବୃଦ୍ଧା ଜଣଙ୍କ ହେଲେ ରତିକା ପୋଢ଼। ତାଙ୍କ ଘର ଖମ୍ବେଶ୍ୱରୀପାଲି ଗାଁର ବୋଲି ଜଣାଯାଇଛି । ଆଜି ସକାଳେ ବୃଦ୍ଧା ଜଣଙ୍କ ରେଲୱେ ଟ୍ରାକ୍ ପାର ହୋଇ ନିଜ ବିଲକୁ ଯାଉଥିଲେ । ଏହି ସମୟରେ ତାଙ୍କ ଉପରେ ଟ୍ରେନ ମାଡ଼ି ଯାଇଥିଲା । ଟ୍ରେନ ଧକ୍କାରେ ବୃଦ୍ଧାଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା । ଜିଆରପି ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ବୃଦ୍ଧାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।