32.9 C
Balāngīr
Wednesday, April 30, 2025

ବୃଦ୍ଧା ମହିଳାଙ୍କ ଘର ପୋଡ଼ି ପାଉଁଶ, ସରକାରି ସହାୟତା ପାଇଁ ପ୍ରାର୍ଥନା

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୬/୦୧) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ଡମ୍ବ ସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ୭୫ ବର୍ଷୀୟା ବିଧବା ବୃଦ୍ଧା ମହିଳା ଘର ପୋଡ଼ି ପାଉଁଶ ହୋଇଯାଇଛି । ବୃଦ୍ଧା ଙ୍କ ନାମ ଜନ ନାଏକ ।WhatsApp Image 2025 01 05 at 17.47.10 ବୃଦ୍ଧା ମହିଳାଙ୍କ ଘର ପୋଡ଼ି ପାଉଁଶ, ସରକାରି ସହାୟତା ପାଇଁ ପ୍ରାର୍ଥନା

ବୃଦ୍ଧା ଙ୍କ ସ୍ୱାମୀ ହର ନାଏକ ଆଜକୁ ୩୫ ବର୍ଷ ପୂର୍ବେ ଦେହାନ୍ତ ହୋଇଯାଇଛି । ବୃଦ୍ଧା ଙ୍କ ଜଣେ ପୁଅ ଥିଲେ ଅରୁଣ ନାଏକ । ଯିଏ କି ଯୁବ ଅବସ୍ଥାରେ ହିଁ ମୃତ୍ୟୁ ବରଣ ହୋଇଥିବା ବେଳେ, ଦୁଇ ନାତି ନାତୁଣୀଙ୍କ ଦାଇତ୍ୱ ନେଇଁ ଜନ ନାଏକ ବହୁତ ଅଭାବ ଅନଟନ ପରିସ୍ଥିତିରେ କୁନି କୁନି ନାତି ନାତୁଣୀଙ୍କ ଲାଳନ ପାଳନ କରିବାର ବଝ ମୁଣ୍ଡେଇଛନ୍ତି। ସ୍ୱାମୀ ଓ ପୁଅ ଚାଲି ଯିବା ପରେ ହାତ ଉଦ୍ଧାର କରଜ ଆଣି ବୃଦ୍ଧା ମହିଳା ଜନ ନାଏକ ରାସ୍ତା କଡରେ କିଛି ପନିପରିବା ବ୍ୟବସାୟ କରି ନିଜ ପରିବାରର ଭକ ମେଣ୍ଟାଉ ଥିଲେ । କିନ୍ତୁ , ଆଜିର ପଡ଼ିଯିବା ଘଟଣା ତାଙ୍କୁ ଚାପ ଗ୍ରସ୍ତ କରି ଦେଇଛି ବୋଲି କହିଛନ୍ତି ।

ସଖାଳୁ କିଛି ଖାଇ ସାରି ନିଜ ବ୍ୟବସାୟ ପରିବା ବିକ୍ରୟ ପାଇଁ ଯାଇଥିବା ବେଳେ, ପୂର୍ବାହ୍ନ ୧୨ ଟା ସମୟ ମଧ୍ୟରେ କୌଣସି କାରଣ ବସତଃ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା। ହୁଃ ହୁ ହୋଇ ନିଆଁ ବ୍ୟାପି ଥିବାର ଦେଖି ସାହି ପଡିଶା ଲୋକ ଦେଖି ତୁରନ୍ତ ଜନ ନାଏକ କୁ ଖବର ଦେବା ସହ ହାଣ୍ଡି ହାଣ୍ଡି ପାଣି ନେଇଁ ନିଆଁ ଲିଭେଇବାକୁ ଚେଷ୍ଟା କରିଥିଲେ। କିନ୍ତୁ, ବୃଦ୍ଧା ମହିଳା ଜଣକ ଘରକୁ ପହଞ୍ଚିଲା ବେଳକୁ ଘରର ଆସବା ପତ୍ର, ଧାନ, ମାଣ୍ଡିଆ ଭଳି ଖାଦ୍ୟ ଶସ୍ୟ ଓ ବସ୍ତ୍ର ସବୁତକ ଜଳିବା ସହ ସର୍ବସ୍ୱ ଜଳି ପାଉଁଶ ହୋଇ ଯାଇଥିଲା ।

ବୃଦ୍ଧା ଜଣକ ଘରକୁ ପହଞ୍ଚି ସବୁ ଜଳି ଯାଇଥିବା ଦେଖି ଦୁଃଖରେ ଭାଙ୍ଗି ପଡିଥିଲେ ଏବଂ ଭୋ ଭୋ ହୋଇ କାନ୍ଦିବା ଆରମ୍ଭ କରିଥିଲେ। ବୃଦ୍ଧା ମହିଳାଙ୍କ ବୋଝ ଉପରେ ଲଳିତା ବିଡା ଭଳି ଘଟଣା ସମ୍ପୂର୍ଣ ଡମ୍ବ ସାହିର ଲୋକେ ଏକ ପ୍ରକାର ମର୍ମାହତ ହୋଇପଡ଼ିଥିଲେ । ଉକ୍ତ ଘଟଣା ରେ ମର୍ମାହତ ପରିବାର ସହ କାଶୀପୁର ଡମ୍ବ ସାହି ସମାଜ ସଭାପତି ଶ୍ରୀ ଦିଲୀପ ନାଏକ କ୍ଷତି ପୂରଣ ବାବଦରେ ସରକାରଙ୍କ ଦ୍ଵାରା କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରାଗଲେ ବୃଦ୍ଧା ମହିଳା ସହ ଦୁଇ ନାତି ନାତୁଣୀ ଉପକୃତ ହୋଇ ପାରିବେ ବୋଲି ଅନୁରୋଧ କରିଛନ୍ତି । ପ୍ରକାଶ ଥାଉକି ଘର ପଡ଼ି ଘଟଣାରେ ଏ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତ କିମ୍ବା କୌଣସି କାରଣ ଜଣା ପଡ଼ିନଥିବା ପରିବାର ପକ୍ଷରୁ ପ୍ରକାଶ କରାଯାଇଛି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...