ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୮) : ରାଜ୍ୟ ସରକାର ଅନ ଲାଇନ ରେ ସବୁବେଳେ ଜିନିଷ କରିବା ଦ୍ୱାରା ପ୍ରକୃତ ହିତାଧିକାରୀ ପେନସନ ଓ ଖାଉଟି ସାମଗ୍ରୀ ପାଇବାରେ ଏକ ବଡ଼ ଘୋଟଲା ଓ ବ୍ୟତିକ୍ରମ ହେଉଥିବା କାଶୀନଗର ବ୍ଲକ ଅଧ୍ୟାକ୍ଷା ଦାବୀ ଉଠାଇଛନ୍ତି ।
ବୃଦ୍ଧ ଓ ଦିବ୍ୟାଙ୍ଗ ପେନସନ ଅନ ଲାଇନ ବନ୍ଦ କରାଯାଉ । ସେ କହିଛନ୍ତିକି, କାଶୀନଗର ବ୍ଲକରେ ୧୨ ଗୋଟି ପଂଚାୟତ ରହିଛି । ଅନ ଲାଇନ ଦ୍ୱାରା ଆବେଦନ କରୁଥିବା ବ୍ୟକ୍ତି ବିଶେଷ ସ୍ଵଛଳ ବର୍ଗ ଓ ବିଭିନ୍ନ ସରକାରୀ ଚାକିରୀ ଓ ପେନସନ ପାଉଥିଲେ ସୁଧା ସେମାନ ଙ୍କ ସ୍ତ୍ରୀ ଓ ବାପା ଓ ମାଆ ଙ୍କ ପାଇଁ ପେନସନ କରୁଥିବା ମୋ ନଜର କୁ ଆସିଛି । ସେ, ତାଙ୍କ ପଂଚାୟତ କେ ସୀତାପୁର ର ଉଦାହରଣ ଦେଇ କହିଛନ୍ତି କି ଏକ ହଜାର ବ୍ୟକ୍ତି ପେନସନ ପାଉଥିବା ବେଳେ ୪୦୦ ବ୍ୟକ୍ତି ଦିବ୍ୟାଙ୍ଗ ପେନସନ ପାଉଛନ୍ତି । ସେ ମଧ୍ୟ ଅଭିଯୋଗ କରିଛନ୍ତି ଜିଲ୍ଲା ସ୍ତର ରେ ଯେଉଁ ଟିମ ବସି ଦିବ୍ୟାଙ୍ଗ କୁ ଚି଼ହ୍ନଟ କରୁଛନ୍ତି, ସେମାନେ ବେଶ ହାତ ଗୁଂଜା ଓ ପ୍ରବଳ ଛାପ ରେ ବଶବର୍ତ୍ତୀ ହୋଇ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଉଛନ୍ତି । ଅନ ଲାଇନ ରେ ଆବେଦନ ଦାଖଲ କରୁଥିବାରୁ ଓ ପେନସନ ମଧ୍ୟ ନିଜ ଖାତାରେ ପାଉଥିବାରୁ କେହି ତାଙ୍କୁ ଦେଖି ପାରନ୍ତି ନାହିଁ ।
ଏଣୁ ବିନା ଲାଜ ରେ ବହୂ ଧନୀକ ଶ୍ରେଣୀ ବ୍ୟକ୍ତି ଓ ପରିବାର ଜି ଏସ ଟି ଦାଖଲ କରି ଏପଟ ସରକାରଙ୍କ ତହବିଲ ରୁ ଟଙ୍କା ନେଉଛନ୍ତି । ଏଭଳି ଯୋର ଯାହାର ମୂଳକ ତାହାର ଭଳି ଧନୀକ ଶ୍ରେଣୀ ବ୍ୟକ୍ତି ପାଇ ଯାଉଛନନ୍ତି । ନିହାତି ଗରୀବ ଓ ଅଶିକ୍ଷିତ ଆଦିବାସୀ ମାନଙ୍କ ଆବେଦନ ଫୋର୍ମ ବହୂ ପଛ ରେ ରହୁଛି । ଏଣୁ ପ୍ରତ୍ୟେକ ପଂଚାୟତ ସ୍ତର ରେ ଦିବ୍ୟାଙ୍ଗ ଚି଼ହ୍ନଟପ୍ରକ୍ରିୟା କରିବା ଓ ସର୍ବସାଧାରଣ ରେ ପେନସନ ମେଳା କରି ବାଣ୍ଟିଲେ ଲୋକ ଲଜ୍ଜା କୁ ବହୂ ଧନୀକ ଶ୍ରେଣୀ ଲୋକ ଙ୍କ ପେନସନ କଟିବ । ବର୍ତମାନ ପାଉଥିବା ବିଭିନ୍ନ ଯୋଜନା ର ପେନସନ ଗୁଡିକୁ ତନ ତନ ଯାଞ୍ଚ କଲେ ପ୍ରତ୍ୟେକ ବ୍ଲକ ରୁ ହଜାରେ ଲୋକ କଟିଲେ ରାଜ୍ୟ ସାରା ଆହୁରି ତିନି ଲକ୍ଷ ଯୋଗ୍ୟ ହିତାଧିକାରୀ ପେନସନ ପାଇବେ ବୋଲି ବ୍ଲକ ଅଧ୍ୟାକ୍ଷା ଵାଲା ସସ୍ୟାମ୍ମା ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।