32.9 C
Balāngīr
Tuesday, July 15, 2025

ବେଆଇନ ପଥର ଚାଲାଣ ବେଳେ ଚଢଉ, ୩ ଗାଡି ଜବତ

Must read

ଜଳେଶ୍ବର, (୨୪/୦୩) : ଆ.ପ୍ର. : ବିଳମ୍ବିତ ରାତି ରେ ୨୦ ରୁ ଉର୍ଧ୍ବ ଡମ୍ପର ରେ ବେଆଇନ ପଥର ଚାଲାଣ ବେଳେ ପୋଲିସ ର ଚଢଉ

ରାସ୍ତା ରେ ପଥର ଢାଳି ଦେଇ ଗାଡି ନେଇ ଚମ୍ପଟ ମାରିଲେ ଡ୍ରାଇଭର । ୩ ଟି ଗାଡି କୁ ଜବଦ କରିବା ସହ ଡ୍ରାଇଭର କୁ ଅଟକ ରଖିଛି ପୋଲିସ । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତି ରେ ୨୦ ରୁ ଉର୍ଧ୍ବ ଡମ୍ପର ରେ ବେଆଇନ ଭାବରେ ପଥର ବୋଝେଇ କରି ବାଲେଶ୍ବର ସୋର ଅଞ୍ଚଳରୁ କଷାଫଳ ଅଭିମୁଖେ ଦ୍ରୂତ ଗତିରେ ଯାଉଥିବା ବେଳେ ଭଅଂରେଶ୍ବର ଛକ ନିକଟରେ ସ୍ଥାନୀୟ ଲୋକ ଗାଡି ଗୁଡିକ ଅଟକାଇବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ଫଳରେ ଡ୍ରାଇଭର ମାନେ ଅଧା ରାସ୍ତା ରେ ପଥର ଢାଳି ଦେଇ ଗାଡି ନେଇ ଚମ୍ପଟ ମାରିଥିଲେ । ଖବର ପାଇ ସିଂଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ସମେତ ପଥର ଚାଲାଣ ର କାଗଜ ପତ୍ର ମାଗିବାରୁ କୌଣସି କାଗଜ ପତ୍ର ଦେଖାଇ ପାରି ନଥିଲେ । ପୋଲିସ ୩ଟି ଡମ୍ପର ଜବଦ କରି ଥାନା କୁ ନେବା ସହ ଅଧିକ ତଦନ୍ତ ଜାରି ରଖିଛି ।

 

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...