ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ବର, (୦୩/୦୩) : ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଛିଡା ହୋଇଛି ୨୨ଟି ବାଲି ଟ୍ରକ ।
ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ କରାଯାଇ ୨୨ଟି ବାଲି ବୋଝେଇ ଟ୍ରକକୁ ଜବତ କରାଯାଇଛି ବୋଲି ସୂଚନା ମିଳିଛି। ବାଲି ଚୋରାରେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ସମୟରେ ଜବତ କରାଯାଇଛି । ବାଲେଶ୍ବର ଜିଲ୍ଲାପାଳ ମୟୂର ସୂର୍ଯ୍ୟବଂଶୀଙ୍କ ତତ୍ତ୍ୱାବଧାନରେ ସୋର ଆଡିସନାଲ ତହସିଲଦାର ଓ ଖଣି ଅଧିକାରୀଙ୍କ ସହଯୋଗରେ ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ କରାଯାଇଛି ଟ୍ରକକୁ ଜବତ କରାଯାଇଛି । ଏହି ଚଢ଼ାଉରେ ସୋର ପୋଲିସର ମଧ୍ୟ ସହାୟତା ରହିଛି । ଅନ୍ୟ ଗାଡି ଗୁଡିକ ଚମ୍ପଟ ମାରିଥିବା ସୂଚନା ମିଳିଛି । କାହା ବେଆଇନଏପରି କାର୍ଯ୍ୟ କରାଯାଉଥିଲା ତାହା ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।