କୋଣାର୍କ, (୦୯/୦୪) : ଆପ୍ର. : ବୁଧବାର ସକାଳ ରାମଚଣ୍ଡୀ ଥାନା ପକ୍ଷରୁ ବେଆଇନ ବାଲି ଚାଲାଣ ବେଳେ ଗାଡ଼ି ସହ ଡ଼୍ରାଇଭର ଗିରଫ ।
ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ରାମଚଣ୍ଡୀ ଥାନା ପକ୍ଷରୁ ଗୋଟିଏ ହାଇଓ୍ବା ଟିପ୍ପର ଗାଡି ନମ୍ବର ଓଡି ୦୫ ବିଆର ୧୩୭୯ (OD 05 BR 1379) କୁ ଗୋପ-ବାଲିଘାଇ ରାସ୍ତାରୁ ଜବତ କରାଯାଇ ଅଛି । ଏ ନେଇ ରାମଚଣ୍ଡୀ ଥାନାରେ ୨୬/୨୫ରେ ଏକ ମାମଲା ରୁଜୁ କରାଯାଇ Dtd-09.04.2025, U/S-303(2)/3(5)BNS R.W Sec-12 OMPTS Act 1989/ 51(1) OMMC Rule 2004 ପଞ୍ଜିକୃତ କରାଯାଇ ଥିବା ବେଳେ ଗାଡ଼ି ଚାଳକ କଟକ ଜିଲ୍ଲା ନିଆଳି ଥାନାନ୍ତର୍ଗତ ମାଧବ ଗ୍ରାମର ମୀର ମମତାଜ ଅଲ୍ଲୀ ଓରଫ ମୀର ମୁନତାଜ ଅଲ୍ଲୀ (୪୧), ପିତା ମୀର ଖାଲିଲ ଅଲ୍ଲୀକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ରହିଛି ।