ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୨/୦୨) : ରାୟଗଡା ଧୋବା ସାହିରେ ଏକ ଭୋଡା ଘରେ ରହୁଥିବା ଡି. ଗଣେଷ ନାମକ ଯୁବକ ଆତ୍ମହତ୍ୟା କରିଛନ୍ତି ।
ଯୁବକ ଜଣଙ୍କ ବୟସ ୨୪ବର୍ଷ ଏବଂ ସେ ଅବିବାହିତ ଥିଲେ ବୋଲି ଯୁବକ ଙ୍କ ଭଉଣୀ ଗୁଡଲା ଆସା କହିଛନ୍ତି । ଯୁବକ ଜଣଙ୍କ ରୋଷେୟା ବୃତ୍ତି କରି ନିଜର ଜୀବନ ଜୀବିକା ନିର୍ବାହ କରୁଥିଲେ। ରାୟଗଡ଼ ସହର ଧୋବା ସାହିରେ ସେ ମାତ୍ର ତିନି ମାସ ଧରି ବସବାସ କରୁଥିଲେ । ସେ ଦୀର୍ଘଦିନ ଧରି ମାନସିକ ଚାପଗ୍ରସ୍ତ ହୋଇ ରହୁଥିବା କଥା କହିଛନ୍ତି ପରିବାର ଲୋକେ । ସବୁଦିନ ଭଳି ନିଜ କାର୍ଯ୍ୟ ରୁ ଫେରିବା ପରେ କବାଟ ଝରକା ଦେଇ ନିଜ ଘରେ ବିଶ୍ରାମ ନେଉଥିଲେ । ଆଜି ସକାଳେ ବହୁତ୍ ସମୟ ଧରି କବାଟ ଝରକା ଖୋଲି ନ ଥିବାରୁ ସ୍ଥାନୀୟ ବାସିନ୍ଦା ଝରକା ଦେଇ ଦେଖିଲା ବେଳକୁ ଯୁବକ ଜଣଙ୍କ ବେକରେ ଦୌଡ଼ି ଦେଇ ଫାଶୀ ହୋଇ ଝୁଲିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ସ୍ଥାନୀୟ ପୁଲିସ୍ ଙ୍କୁ ଖବର ଦେଇ କବାଟ ତାଡ଼ି ମୃତ ଯୁବକ ଙ୍କୁ ବାହାରକୁ ଆଣିଥିଲେ । ପରେ ପୁଲିସ୍ ଉପସ୍ଥିତିରେ ଶବ ବ୍ୟବଛେଦ କରିବା ପରେ ମୃତକ ଙ୍କ ପରିବାର ଙ୍କୁ ହସ୍ତାନ୍ତର କରିଥିଲେ ।
ଏହି ଦୁଃଖଦ ସମୟରେ ରାୟଗଡ଼ ବୈଷ୍ୟ ସଂଘ ପକ୍ଷରୁ ମୃତକଙ୍କ ପରିବାର କୁ ୫୦୦୦ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ବୈଶ୍ୟ ସଂଘ ସଭାପତି କିନ୍ତଲୀ ଅମରନାଥ , ବିଜୟ ମୋହନ, ସି.ଏଚ ଚକ୍ରଧର, ଗୁଡୁଲା ଧର୍ମା, କିନ୍ତଲି ଶ୍ରିନିଭାସ, କିନ୍ତାଲି ସୁରେଶ ଙ୍କ ସମେତ ବୈଶ୍ୟ ସଙ୍ଘର ଅନେକ ସଦସ୍ୟ ଗଭିର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ସହିତ ଶବଦାହ କରିବା ପାଇଁ ଶ୍ମଶାନକୁ ନେଇଥିଲେ।